www.samajalive.in
Sunday, December 14, 2025
23.1 C
Bhubaneswar

କନିଷ୍ଠ ମହିଳା ଏସିଆ କପ୍‌ ହକି ଫାଇନାଲରେ ଭାରତ

କାକାମିଗାହାରା (ଜାପାନ): କାକାମିଗାହାରାରେ ଚାଲିଥିବା ୮ମ କନିଷ୍ଠ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଏଥି ସହିତ ଭାରତ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚୀନରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ହକି ବିଶ୍ବକପ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ଆୟୋଜକ ଜାପାନକୁ ୧-୦ ଗୋଲରେ ପରାସ୍ତକରି ୨ୟ ଥର ଫାଇନାଲରେ ପହଞ୍ଚିଛି।

ଉଭୟ ଦଳ ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ୩ୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଗୋଲ ଦେବାରେ ସଫଳ ହୋଇଥିଲା। ୪୭ ମିନିଟ୍‌ରେ ଭାରତ ପକ୍ଷରୁ ସୁନିଲିତା ଟପ୍ପୋ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଜାପାନ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ୩ୟ କ୍ବାର୍ଟର ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜାପାନ ଗୋଲ ବରାବର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ଶେଷରେ ମ୍ୟାଚକୁ ଭାରତ ଜିତିବାରେ ସଫଳ ହୋଇଥିଲା। ରବିବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ଖେଳାଯିବ। ଭାରତ ଲିଗ୍‌ ପଯ୍ୟାୟରେ ୨୨-୦ ଗୋଲରେ ଉଜବେକିସ୍ତାନକୁ, ୨-୧ ଗୋଲରେ ମାଲେସିଆକୁ ପରାସ୍ତ କରିଥିବାବେଳେ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ୨-୨ ଗୋଲ ବରାବର ରଖିଥିଲା। ଅନ୍ତିମ ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories