www.samajalive.in
Sunday, December 14, 2025
23.1 C
Bhubaneswar

କୁସ୍ତିଯୋଦ୍ଧାଙ୍କ ଧମକ, ଦାବି ପୂରଣ ନହେଲେ ଖେଳିବୁନି ଏସୀୟ କ୍ରୀଡ଼ା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଚଳାଇଥିବା ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନେ ଏସୀୟ କ୍ରୀଡ଼ାରୁ ଓହରି ଯିବା ନେଇ ଚେତାବନୀ ଦେଇଛନ୍ତି। ଯଦି ଦାବି ପୂରଣ ନହୁଏ ତେବେ କୌଣସି କୁସ୍ତିଯୋଦ୍ଧା ଏସୀୟ କ୍ରୀଡ଼ାରେ ଭାରତରୁ ଭାଗ ନେବେ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍‌ସ କାଂସ୍ୟ ବିଜେତା ସାକ୍ଷୀ ମଲ୍ଲିକ କହିଛନ୍ତି ଯେ, ଆମେ ଉଠାଇଥିବା ଦାବି ଓ ସମସ୍ୟାର ସମାଧାନ ହେବା ପରେ ହିଁ ଆମେ ଏସୀୟ କ୍ରୀଡ଼ାରେ ଭାଗ ନେବୁ। ପ୍ରତିଦିନ ଆମେ କେଉଁଭଳି ଭାବେ ମାନସିକ ସ୍ଥିତି ଭିତରେ ଗତି କରୁଛୁ ସେ କଥା ଆପଣମାନେ ବୁଝି ପାରିବେ ନାହିଁ ବୋଲି ସାକ୍ଷୀ କହିଛନ୍ତି। ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ସହ ଆନ୍ଦୋଳନରତ ଅନ୍ୟ କୁସ୍ତିଯୋଦ୍ଧାମାନେ ହରିୟାଣାର ସୋନିପଥରେ ଶନିବାର ଅନୁଷ୍ଠିତ ଖାପ ମହାପଞ୍ଚାୟତରେ ଯୋଗ ଦେଇଥିଲେ।ଏହା ପରେ ସାକ୍ଷୀ ଏସୀୟ କ୍ରୀଡ଼ାକୁ ନେଇ କହିଥିଲେ ଯେ, ମୁଁ ଆପଣମାନଙ୍କୁ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହଁୁଛି ଯେ, ମୁଁ ,ବଜରଙ୍କ ଓ ବିନେଶ ଏକ ହୋଇ ରହୁଛି ; ଆଉ ରହିବୁ ବୋଲି କହିଥିଲେ। ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନକୁ ସମାଧାନ କରିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି। ବୁଧବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କୁସ୍ତିଯୋଦ୍ଧାମାନେ ଆଲୋଚନା କରିଥିଲେ।ଏହି ସମୟରେ ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ଜୁନ୍‌ ୧୫ ମଧ୍ୟରେ ଶେଷ କରିବା ଓ ୩୦ ସୁଦ୍ଧା ଭାରତୀୟ କୁସ୍ତି ସଂଘର ନିର୍ବାଚନ ଶେଷ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ଠାକୁର କୁସ୍ତିଯୋଦ୍ଧାମାନଙ୍କୁ କହିଥିଲେ। କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନକୁ ଜୁନ୍‌ ୧୫ ପଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories