mission shakti banner

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ, ୩ ମୃତ

BSKY banner  750×100
0

ପ୍ୟାରିସ : ଫ୍ରାନ୍ସର ଦକ୍ଷିଣପଶ୍ଚିମାଞ୍ଚଳ ସହର ଟ୍ରେବେସ୍‌ର ଏକ ସୁପରମାର୍କେଟରେ ଆଇଏସ୍‌ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ପ୍ରାଣ ହରାଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିହତ ହୋଇଛି । ସୂଚନା ଅନୁସାରେ ଜଣେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରି ଟ୍ରେବେସ୍‌ର ଏକ ସୁପରମାର୍କେଟରେ ପଶି ୮ ଜଣଙ୍କୁ ବନ୍ଧକ ରଖିଥିଲା । ଆତଙ୍କବାଦୀ ଜଣଙ୍କ ନିଜକୁ ଇସଲାମିକ ଷ୍ଟେଟ୍‌ ସଦସ୍ୟ କହିବା ସହ ‘ଆହ୍ଲା ଆକବର’ ନାରା ଦେଉଥିଲା ବୋଲି ଫ୍ରାନ୍ସର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଫ୍ରାନ୍ସ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ବନ୍ଧକଙ୍କୁ ଉଦ୍ଧାର କରିଛନ୍ତି । ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟରେ ଆତଙ୍କବାଦୀ ଜଣକ ପ୍ରାଣ ହରାଇଛି । ସେହିପରି କାରକାସସୋନେ ଅଞ୍ଚଳରେ ଜଣେ ବ୍ୟକ୍ତି ୪ ଜଣ ପୁଲିସ୍‌ କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛି । ଏଥିରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି । ପୁଲିସ୍‌ କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ବି ଆତଙ୍କବାଦୀ ବୋଲି କୁହାଯାଉଛି ।

Leave A Reply