ଜଙ୍ଗଲ ଜମିରେ ଅଧିକାର ପାଇଁ ଏସଆଇଟି ; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

0

ନୂଆଦିଲ୍ଲୀ : ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବେଦଖଲ ନ କରିବା ଏବଂ ଆଦିବାସୀମାନଙ୍କ ଜମିକୁ ବେଆଇନଭାବେ ଦଖଲ କରିଥିବା ମାମଲାଗୁଡିକର ବିଚାର ପାଇଁ ଏସଆଇଟି ଗଠନ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ବେଞ୍ଚ ମାର୍ଚ୍ଚ ୫ତାରିଖ ଦିନ ଆଦିବାସୀମାନଙ୍କ ଜଙ୍ଗଲ ଜମିକୁ ସେମାନଙ୍କ ବ୍ୟତୀତ ସେହିସବୁ ଅଞ୍ଚଳରେ ରହୁଥିବା ଅଣ ଆଦିବାସୀମାନଙ୍କୁ ନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଆଗତ ଏକ ମାମଲାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ଆଗତ ଏହି ମାମଲାର ଫେବୃୟାରୀ ୨୮ତାରିଖ ଦିନ ଶୁଣାଣି କରି ଜଙ୍ଗଲ ଅଞ୍ଚଳରେ ବେଆଇନଭାବେ ରହୁଥିବା ବ୍ୟକ୍ତି ଯେଉଁମାନଙ୍କର ଜଙ୍ଗଲ ଜମି ଉପରେ ଦାବିକୁ କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି, ସେମାନଙ୍କୁ ଜମିରୁ ବେଦଖଲ କରିବା ପାଇଁ ଫେବୃୟାରୀ ୧୩ତାରିଖରେ ଦେଇଥିବା ପୂର୍ବ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Leave A Reply