www.samajalive.in
Monday, December 15, 2025
24.1 C
Bhubaneswar

ସାଇକେଲରେ ବିଦେଶୀ ପର୍ଯ୍ୟଟକଙ୍କ ଓଡିଶା ପରିଭ୍ରମଣ

ପିପିଲି : ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‍ଭେଞ୍ଚର କ୍ଲବର ସହଯୋଗରେ ୪ଜଣ ବିଦେଶୀ ପର୍ଯ୍ୟଟକ ସାଇକେଲ ଯୋଗେ ମଙ୍ଗଳବାର ଠାରୁ ଓଡିଶା ପରିଭ୍ରମଣରେ ବାହାରିଛନ୍ତି । ଫିଲିପାଇନ୍ସ ର ମିସ୍‍ ରେଞ୍ଜଲ, ଜର୍ମାନର ମିଷ୍ଟର ଥୋମାସ, ମିଷ୍ଟର ଫ୍ରାଙ୍କ, ମିସ୍‌ ଭେରୋନା ଆଜି ସକାଳେ ଭୁବନେଶ୍ୱରରୁ ସାଇକେଲରେ ଯାତ୍ରା ଆରମ୍ଭ କରି ପ୍ରଥମେ ଶାନ୍ତି ସ୍ତୁପ ଧଉଳି ପରିଭ୍ରମଣ କରିଥିଲେ ।

ସେଠାରୁ ସେମାନେ ଜାତୀୟ ରାଜପଥରେ ପିପିଲିରେ ପହଞ୍ଚିବା ପରେ ତାଙ୍କୁ ପିପିଲି ଅଞ୍ଚଳର କେତେକ ସମାଜସେବୀ, ବରିଷ୍ଠ ନାଗରିକ ଓ କାର୍ଯ୍ୟରତ ସାମ୍ବାଦିକ ମାନେ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ଚାନ୍ଦୁଆ ଉପହାର ଦେଇଥିଲେ । ପରେ ସ୍ଥାନୀୟ ସାମ୍ବାଦିକମାନେ ସେମାନଙ୍କୁ ପିପିଲିର ଚାନ୍ଦୁଆ ବଜାର ବୁଲି ଦେଖାଇଥିଲେ । ସେଠାରୁ ସେମାନେ କୋଣାର୍କକୁ ସାଇକେଲରେ ଯାତ୍ରା କରିଥିଲେ । ଏହି ୪ ବିଦେଶୀ ପର୍ଯ୍ୟଟକମାନେ କୋଣାର୍କରୁ ମେରାଇନ ଡ୍ରାଇଭ୍‌ ରାସ୍ତାରେ ପୁରୀ, ସାତପଡା, ରମ୍ଭା ଦେଇ କୋରାପୁଟ ଅଭିମୁଖେ ଯାତ୍ରା କରିବେ ବୋଲି ପ୍ରକାଶ କରିଥିଲେ । ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‍ଭେଞ୍ଚର କ୍ଲବର ସଦସ୍ୟ ଅଜୟ କୁମାର ନନ୍ଦ ସେମାନଙ୍କ ସହ ଏହି ସାଇକେଲ ଯାତ୍ରାରେ ସାମିଲ ରହି ସେମାନଙ୍କୁ ସହଯୋଗ କରୁଛନ୍ତି ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories