ସିଟି ସ୍କାନରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ
ସମ୍ବଲପୁର: ଡାକ୍ତରଙ୍କୁ ଚପଲରେ ପିଟି ଜଣେ ବ୍ୟବସାୟୀ ଅଟକ ରହିଥିବା ସୂଚନା ମିଳିଛି। ସିଟି ସ୍କାନରେ ବିଳମ୍ବ ହେବାରୁ ସମ୍ପୃକ୍ତ ବ୍ୟବସାୟୀ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହଠାତ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟବସାୟୀ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ସମ୍ବଲପୁର ସହରର ଏକ ସିଟି ସ୍କାନ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମାଡ଼ ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ଥାନାରେ ଏତଲା ପରେ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଥିଥିବା ଜଣାପଡ଼ିଛି। ମାଡ଼ ସମ୍ପର୍କିତ ସିସିଟିଭି ଜବତ କରି ପୁଲିସ ତଦନ୍ତ କରୁଛି।
Comments are closed.