ପେଟ ଖରାପ ଅଛି କି, ଆପଣାନ୍ତୁ ଏହି ଉପାୟ
ଅଧିକ ତେଲମସଲା ଯୁକ୍ତ ଖାଦ୍ୟର ସେବନ ଓ ଅନେକ କାରଣରୁ ପେଟ ଖରାପ ହୋଇଥାଏ। ଏହାଦ୍ବାରା ବଦହଜମୀ, ପେଟ କାଟିବା ଓ ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ। ଖାଦ୍ୟ ଓ ପାନୀୟ ଦ୍ବାରା ଅନେକ ଥର ପେଟ ଖରାପ ହେବାର ସମସ୍ୟା ଉତ୍ପନ୍ନ ହୋଇଥାଏ। ବେଳେବେଳେ ବାନ୍ତି ହୋଇଥାଏ, ଜ୍ବର ହେବା ପରି ଲାଗିଥାଏ। ଏପରି ସମସ୍ୟାରୁ ରକ୍ଷା ପାଇବା ଦ୍ବାରା କିଛି ଘରୋଇ ଉପାୟ ରହିଛି। ଆସନ୍ତୁ ଜାଣିବା ସେ ସବୁ କ’ଣ ..
ଅଦା :
ପେଟର ସମସ୍ୟା ଦୂର କରିବା ପାଇଁ ଅଦାର ବ୍ୟବହାର ଲାଭଦାୟକ ଅଟେ। କାରଣ ଅଦାରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିୟଲ ତତ୍ତ୍ବ ରହିଛି। ଏହା ପେଟ ଦରଜରୁ ରକ୍ଷା କରିଥାଏ। ତେଣୁ ଯେକୌଣସି ପେଟ ସମସ୍ୟା ହେଲେ ପାଣିରେ ଅଦା ଗୁଣ୍ଡ ମିଶାଇ ପିଇବା ଦ୍ବାରା ଆରାମ ଲାଗିଥାଏ।
ଦହି :
ପେଟର ସମସ୍ୟା ଦୂର କରିବା ପାଇଁ ଦହି ଅତ୍ୟନ୍ତ ଲାଭଦାୟକ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ବାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ପେଟକୁ ଥଣ୍ଡା ମଧ୍ୟ ରଖିଥାଏ।
ସେଓ ସିରକା :
ପେଟର ସମସ୍ୟା ଦୂର କରିବା ପାଇଁ ସେଓ ସିରକା ଅତ୍ୟନ୍ତ ଲାଭକାରୀ ଅଟେ। ଏହା ପେଟର ଦରଜ ଭଲ କରିବା ସହ ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ। ତେଣୁ ଏକ ଗ୍ଲାସ ପାଣିରେ ଏକ ଚାମଚ ସିରକା ମିଶାଇ ପିଅନ୍ତୁ।
ପୁଦିନା :
ପୁଦିନା ପେଟ ପାଇଁ ଉତ୍ତମ ଅଟେ। ଏହା ପେଟର ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ପୁଦିନାରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହାକୁ ଖାଇବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହୋଇଥାଏ।