www.samajalive.in
Saturday, December 6, 2025
14.1 C
Bhubaneswar

ଚିକେନ ମୁଗଲାଇ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
କଟା ପିଆଜ – ୩ଟି
ଆଲମଣ୍ଡ – ୫୦ ଗ୍ରାମ
ଦହି – ୧କପ
ଘିଅ – ୧କପ
କ୍ଷୀର – ୧କପ
ଅଦା ରସୁଣ ବଟା – ୨ଚାମଚ
କଟା ଅଦା – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଗୋଟା ଧନିଆ
ଗୋଲମରିଚ – ଅଳ୍ପ
ଲବଙ୍ଗ – ଅଳ୍ପ
ଜିରା – ଅଳ୍ପ
ଶୁଖିଲା ଲଙ୍କା – ୩ଟି
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଦହି, ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇରେ ଆଲମଣ୍ଡ, ଶୁଖିଲା ଲଙ୍କା, ଧନିଆ, ଜିରା, ଲବଙ୍ଗ, ଗୋଲମରିଚକୁ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ପେଷି ମସଲା ପ୍ରସ୍ତୁତ କରି ରଖନ୍ତୁ। ପୁଣି ଗ୍ୟାସରେ ଆଉ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି ଗରମ ଘିଅରେ ଚିକେନକୁ ପକାଇ ଭାଜନ୍ତୁ। ଚିକେନ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଗୁଣ୍ଡ କରି ରଖିଥିବା ମସଲାକୁ ପକାଇ କଷନ୍ତୁ। କଷି ହେବା ପରେ ଭାଜି ରଖିଥିବା ପିଆଜ, ଲୁଣ, ଦହି, କ୍ଷୀର ପକାଇ, ୧କପ ପାଣି ଦେଇ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଲାଇ ଚିକେନ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories