ବିନିକା : ପୁଣି ଥରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଚକଡା ପୋକ ଓ ଋଣଭାର ସୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗ୍ରାମରେ ଘଟିଛି। ଯୁବ ଚାଷୀ ଜଣକ ଖରିଫ ଋତୁରେ ପାଞ୍ଚ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସେଥିରେ ଚକଡା ପୋକ ଲାଗିଯିବାରୁ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହା ଫଳରେ ସେ ଋଣ ପରିଶୋଧ କରି ପାରିନଥିଲେ। ମଙ୍ଗଳବାର ଦିନ ଯୁବ ଚାଷୀ ଜଣକ କୀଟନାଶକ ଔଷଧ ଖାଇ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଋଣଭାର ସହ୍ୟ କରି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ
Popular Categories



