www.samajalive.in
Tuesday, December 9, 2025
26.1 C
Bhubaneswar

ଋଣ ପୁନର୍ଗଠନ ପ୍ରସଙ୍ଗ: ଗୁରୁବାର ବ୍ୟାଙ୍କ ମୁଖିଆଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଆସନ୍ତା ଗୁରୁବାର ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକର ମୁଖ୍ୟଙ୍କୁ ଭେଟିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ କରୋନା କାଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆଦେଶ ମୁତାବକ ଋଣ କର୍ତ୍ତାଙ୍କ ପାଇଁ ମୋରାଟୋରିମ୍‌ ଅବଧି ଘୋଷଣା କରାଯାଇଥିଲା।  ପ୍ରଥମେ ଏହାକୁ ଚଳିତବର୍ଷ ମାର୍ଚ୍ଚରୁ ମେ’ ମାସ ଯାଏ ଲାଗୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୋରାଟୋରିମ୍‌ ଅବଧିକୁ ଚଳିତମାସ ୩୧ ଯାଏ ବୃଦ୍ଧି କରାଯାଇଛି। ଅଗଷ୍ଟ ମାସରେ ଏହି ଅବଧି ​ଶେଷ ହେଉଥିବା ଯୋଗୁ ଏହାକୁ ଦୃଷ୍ଟିରେ ରଖି ଗତ ମୁଦ୍ରାନୀତି ସମୀକ୍ଷା ସମୟରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ବର୍ତ୍ତମାନ ପରିସ୍ଥିତିରେ ଏହି ଯୋଜନାକୁ କିଭଳି ଭାବେ କ୍ରିୟାନ୍ବୟନ କରାଯାଇପାରିବ ଏବଂ ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚାଯାଇପାରିବ ସମୀକ୍ଷା ସମୟରେ ସେ ସମ୍ପର୍କରେ ଆଲୋଚନା କରାଯିବ।

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories