www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀରେ ପ୍ରବଳ ବର୍ଷା; ବନ୍ୟା ସତର୍କତା ଜାରି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ​‌ ସୋମବାର ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ପୁରୁଣା ରେଳ ସେତୁ (ଓଆରବି) ନିକଟରେ ୨୦୪.୮୪ ମିଟର ନିକଟରେ ପହଞ୍ଚି ସାରିଥିଲା। ଯାହା ବିପଦ ସଙ୍କେତ ୨୦୫.୩୩ ମିଟର ନିକଟ। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ୨୦୬ ମିଟରରେ ପହଞ୍ଚିବ। ହାଥିନକୁଣ୍ଡ ବ୍ୟାରେଜ୍‌ରୁ ୨୯,୦୦୦ କ୍ୟୁସେକ ଜଳ ଛଡାଯିବାକୁ ଥିବାରୁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହର ପାଇଁ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ କର୍ତ୍ତୃପକ୍ଷ ବନ୍ୟା ସତର୍କତା ଜାରି କରିବା ସହିତ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଛନ୍ତି। ଆଜିର ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହିତ ଦିଲ୍ଲୀ-ଗୁରୁଗ୍ରାମ ରାଜପଥରେ ସାତ କି.ମି. ଲମ୍ବା ଟ୍ରାଫିକ୍‌ରେ ଯାତ୍ରୀମାନେ ଦୀର୍ଘ ୩ ଘଣ୍ଟା ଧରି ଫସି ରହିଥିଲେ। ଫଳରେ ଲୋକେ ହଇରାଣ ହୋଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories