www.samajalive.in
Friday, December 5, 2025
23.1 C
Bhubaneswar

କଳା ରଙ୍ଗ ସ୍ତ୍ରୀକୁ ପୋଡ଼ି ମାରିବା ଘଟଣା; ହତ୍ୟାକାରୀ ସ୍ବାମୀକୁ ଫାଶୀ ଦଣ୍ଡାଦେଶ

ଉଦୟପୁର: ପତ୍ନୀଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ନିର୍ଯାତନା ଦେବାସହିତ ଶେଷରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣାରେ ଉଦୟପୁରସ୍ଥିତ ଏକ ଅଦାଲତ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କିଷନ ନାମକ ଏହି ବ୍ୟକ୍ତି ପତ୍ନୀ (ଲକ୍ଷ୍ମୀ)ଙ୍କ ଦେହର ରଙ୍ଗକୁ ନେଇ ଭୀଷଣ ଅସନ୍ତୁଷ୍ଟ ଥିବାବେଳେ ନିୟମିତମାନେ ମାନସିକ ନିର୍ଯାତନା ଦେଉଥିଲେ। ଘଟଣା ଦିନ କିଷନ ଏକ ବୋତଲରେ ଏସିଡ୍‌ ଆଣିଥିବାବେଳେ ପତ୍ନୀଙ୍କୁ କହିଥିଲେ ଯେ ରଙ୍ଗ ଗୋରା ହେବାକୁ ସେ ଏକ ଔଷଧ ଆଣିଛନ୍ତି। ଏହାକୁ ଦେହରେ ବୋଳିଲେ ରଙ୍ଗ ଫିଟିଯିବ। ପତ୍ନୀ ସନ୍ଦେହ ପ୍ରକାଶ କରିଥିଲେ ସୁଦ୍ଧା କିଷନ ଏହାକୁ ତାଙ୍କ ଶରୀରରେ ବୋଳିବା ପରେ ଡିଆସିଲି ଦ୍ବାରା ନିଆଁ ଲଗାଇଥିଲେ। ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ପୋଡିଯିବା ସହ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଦୟପୁରସ୍ଥିତ ଅତିରିକ୍ତ ଜିଲା ଜଜ୍‌ ଏହି ମାମଲାରେ କିଷନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories