www.samajalive.in
Friday, December 5, 2025
23.1 C
Bhubaneswar

ଗଣେଶ ବିସର୍ଜନରେ ନାଚିବାକୁ ନେଇ ଆପତ୍ତି: ବାପାଙ୍କ ଗାଳି ଶୁଣି ଜୀବନ ହାରିଲା ଝିଅ

ଖପ୍ରାଖୋଲ: ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରାରେ ଝିଅ ଅନ୍ୟମାନଙ୍କ ସହ ମିଶି ନାଚିବାକୁ ନେଇ ବାପା ରାଗି ଯାଇଥିଲେ। ଏନେଇ ସେ ଗାଳି କରିବାରୁ ଝିଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରି ଏକ ଘଟଣା ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଝାଙ୍କ୍ରିପାଲି ଗାଁରେ ଘଟିଯାଇଛି।
ସୂଚନାଯୋଗ୍ୟ, ଝାଙ୍କ୍ରିପାଲି ମାଝିପଡ଼ାର ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପଡ଼ାର ବହୁ ପୁଅ ଝିଅ ସାମିଲ ହୋଇ ନାଚିଥିଲେ। ଗ୍ରାମର ନାରାୟଣ ମାଝୀଙ୍କ ଝିଅ ଦୀପାଞ୍ଜଳି ମାଝୀ(୧୯) ମଧ୍ୟ ସାମିଲ ହୋଇ ଅନ୍ୟ ଝିଅମାନଙ୍କ ସହିତ ଶୋଭାଯାତ୍ରାରେ ବାଦ୍ୟର ତାଳ ତାଳେ ନୃତ୍ୟ କରିଥିଲେ। ବିସର୍ଜନ ସାରି ଦୀପାଞ୍ଜଳି ଘରକୁ ଫେରିବା ପରେ ତାଙ୍କର ବାପା ନାରାୟଣ ତୁ କାହିଁକି ଶୋଭାଯାତ୍ରାରେ ଯାଇ ନାଚିଲୁ ବୋଲି ଝିଅ ଦୀପାଞ୍ଜଳିକୁ ପଚାରିଥିଲେ। ଗାଁ ଦାଣ୍ଡରେ ନାଚି ମୋର ଇଜ୍ଜତ ବରବାଦ କରିଦେଲୁ ବୋଲି କହି ଝିଅକୁ ଗାଳି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏହାର କିଛି ସମୟ ପରେ ଦୀପାଞ୍ଜଳି ଘର ବାରି ପଛକୁ ଯାଇ ସେଠାରେ ଥିବା ଏକ ପିଜୁଳି ଗଛରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ। ପରିବାର ଲୋକ ସେଠାରେ ପହଞ୍ଚିଲା ବେଳକୁ ସେତେବେଳକୁ ଦୀପାଞ୍ଜଳିଙ୍କ ଜୀବନ ଚାଲିଯାଇଥିଲା। ଦୀପାଞ୍ଜଳି ଓଏଭିରୁ ମାଟ୍ରିକ୍‍ ପାସ୍‌ କରିବା ପରେ ପଦ୍ମପୁରରେ +୨ ପଢ଼ିବା ସହିତ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଝିଅ ଭଲ ପାଠ ପଢ଼ୁଥିବାରୁ ଝିଅର ଭବିଷ୍ୟତକୁ ନେଇ ବାପା-ମା’ ବହୁତ ସ୍ବପ୍ନ ଦେଖିଥିଲେ। ତେବେ ଝିଅର ଏହି ଚରମ ପଦକ୍ଷେପକୁ ନେଇ ବାପା-ମା’ ତଥା ପରିବାର ଲୋକ ହତବାକ୍‌ ହୋଇପଡ଼ିଛନ୍ତି। ଦୀପାଞ୍ଜଳୀଙ୍କ ମୃତ୍ୟୁରେ ସମଗ୍ର ଝାଙ୍କ୍ରିପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଲାଠୋର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories