ସମାଜ ଡିଜିଟାଲ ଡେସ୍କ: ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆଗାଁରେ ପଶି ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଦେଇଛି ହାତୀ। ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ଉକ୍ତ ଗାଁର ସଂସାର ଗନନାୟକ। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପଟେ ଗତ ୧ ମାସ ମଧ୍ୟରେ ହାତୀ ୬ ଜଣଙ୍କୁ ମାରିସାରିଲାଣି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ହାତୀକୁ କାବୁ କରି ଅନ୍ୟତ୍ର ଛାଡ଼ିବା ଦିଗରେ ପଦକ୍ଷେପ ନେଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।



