www.samajalive.in
Tuesday, December 9, 2025
26.1 C
Bhubaneswar

ଏଣିକି ଫ୍ଲିପକାର୍ଟରୁ ମଧ୍ୟ ପଇସା ପଠାଇପାରିବେ, ଆରମ୍ଭ ହେଲା ୟୁପିଆଇ ସେବା

ନୂଆଦିଲ୍ଲୀ : ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟ ନିଜ ୟୁପିଆଇ ସେବା ଆରମ୍ଭ କରିଦେଇଛି । ଉପଭୋକ୍ତା ଏହା ଜରିଆରେ କ୍ୟୁଆର୍ କୋଡ୍ ସାହାଯ୍ୟରେ ପୈଠ କରିପାରିବେ, ବିଜୁଳି ବିଲ୍ ଭରିପାରିବେ ଏବଂ ମୋବାଇଲ ରିଚାର୍ଜ ଭଳି ଡିଜିଟାଲ ସେବା ବ୍ୟବହାର କରିପାରିବେ । କମ୍ପାନୀ ଏହା ଜରିଆରେ ପ୍ରଥମ ଅର୍ଡରରେ ୨୫ ଟଙ୍କା ରିହାତି ମଧ୍ୟ ଦେଉଛି ।

କମ୍ପାନୀ ଏଥିପାଇଁ ଆକ୍ସିସ୍ ବ୍ୟାଙ୍କ ସହିତ ଚୁକ୍ତି କରିଛି । କମ୍ପାନୀର ସୂଚନା ଅନୁସାରେ ଏହି ନୂଆ ସେବାର ଲାଭ ୫୦ କୋଟି ପଞ୍ଜୀକୃତ ଉପଭୋକ୍ତାଙ୍କ ସହିତ ୧୪ ଲକ୍ଷ ସେଲର୍ସ ପାଇପାରିବେ । ଏମିତି କରନ୍ତୁ ଆକ୍ଟିଭ୍…

- Advertisement -
  • ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରୁ ଫ୍ଲିପକାର୍ଟ ଆପ୍ ଖୋଲନ୍ତୁ
  • ଏହା ପରେ ‘ସ୍କାନ୍ ଆଣ୍ଡ୍ ପେ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଆପଣ ‘ମାଇଁ ୟୁପିଆଇ’ ବିକଳ୍ପ ଚୟନ କରନ୍ତୁ
  • ଏବେ ନିଜ ବ୍ୟାଙ୍କ ତଥ୍ୟ ଦିଅନ୍ତୁ
  • ଏବେ ଆପଣଙ୍କ ତଥ୍ୟର ମେସେଜ୍ ଭେରିଫିକେସନ୍ ହେବ
  • ଏହା ପରେ ନିଜ ଫ୍ଲିପକାର୍ଟ ୟୁପିଆଇ ଆକ୍ଟିଭେଟ୍ ହୋଇଯିବ

 

କହିରଖୁଛୁ ନିକଟରେ ଜୋମାଟୋ ମଧ୍ୟ ନିଜ ୟୁପିଆଇ ସେବା ଲଞ୍ଚ୍ କରିଥିଲା । ଏହା ବ୍ୟତୀତ ଟାଟା ନ୍ୟୁ, ମେକ୍ ମାଇଁ ଟ୍ରିପ୍ ଏବଂ ହ୍ବାଟ୍ସଆପ୍ ମଧ୍ୟ ୟୁପିଆଇ ସେବା ପୂର୍ବରୁ ଆରମ୍ଭ କରିସାରିଛନ୍ତି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories