ମାଛ କୋରମା

ଆବଶ୍ୟକ ସାମଗ୍ରୀ
ମାଛ – ୫୦୦ ଗ୍ରାମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଦହି – ୫୦ ଗ୍ରାମ
ପିଆଜ – ୨ ଟା (କଟା ହୋଇଥିବା)
ତେଜପତ୍ର – ୨ଟା
ଅଦା ରସୁଣ ବଟା – ୨ ଚାମଚ
ବାଦାମ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍ତି ପ୍ରଣାଳୀ – ପ୍ରଥମେ ମାଛକୁ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଭଲ ଭାବେ ମାଛ ଭାଜି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପୁଣି କଡ଼େଇରେ ଥିବା ତେଲରେ କଟା ପିଆଜ ଓ ତେଜପତ୍ର ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ , ଅଳ୍ପ ଲୁଣ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ସାମାନ୍ୟ ପାଣି ପକାଇ ଗୋଳାନ୍ତୁ। ଏବେ ଏଥିରେ ଦହିକୁ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟପରେ ଭାଜିଥିବା ମାଛକୁ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି ବାଦାମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ କୋରମା।

Comments are closed.