ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ
ବାଲେଶ୍ୱର : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଗାଁରେ ବୁଧବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଗୁଳିମାଡ ହୋଇଥିବା ଜଣାପଡିଛି। ଆହତ ଯୁବକଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ ଗୋପାଳ ଦାସଙ୍କ ପୁଅ ସୁରଜ ବୁଧବାର କୌଣସି କାମ ପାଇଁ ଗାଁରୁ ବାଲେଶ୍ୱର ଯାଉଥିଲେ। ଦୁଇଟି ବାଇକରେ ଚାରିଜଣ ଦୁବୃତ୍ତ ତାଙ୍କୁ ପିଛାକରି ଏହି ଗୁଳିଚାଳନା କରିଥିଲେ। ଏହି ଗୁଳିମାଡରେ ସୁରଜଙ୍କ ପିଠିରେ ଆଘାତ ଲାଗିଥିଲା। ଉକ୍ତ ଅବସ୍ଥାରେ ସୁରଜ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ।