ଜାତୀୟ ଅଗ୍ନିସେବା ସପ୍ତାହ ପାଳନ; ଦେଖାଇଲେ ନିଆଁକୁ ଆୟତ୍ତ କରିବାର ଡେମୋ

କଂଟାବାଞ୍ଜି: କଂଟାବାଞ୍ଜି ସହରରେ ଜାତୀୟ ଅଗ୍ନିସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। କଂଟାବାଞ୍ଜି ବିଦ୍ୟୁତ ବିଭାଗଙ୍କ ଅନୁରୋଧକ୍ରମେ ଅଗ୍ନିଶମ କର୍ମଚାରୀମାନେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନି ନରାପତ୍ତା ଉପରେ ଏକ ଡେମୋ ଦେଖାଇଥିଲେ। ବର୍ତମାନ ଗ୍ରୀଷ୍ମ ଋତୁ, ଏହି ସମୟରେ କିମ୍ବା ଅନ୍ୟ ଦିନମାନଙ୍କରେ କୌଣସି କାରଣରୁ ଟ୍ରାନ୍ସଫର୍ମରରେ, ବିଦ୍ୟୁତ ଖୁଣ୍ଟରେ ନିଆଁ ଲାଗିଲେ କେମିତି ନିଆଁକୁ ଆୟତ୍ତ କରାଯାଇପାରିବ। ନିଆଁ ଲାଗିବା ପରେ ପ୍ରଥମେ କଣ କରାଯିବ, କଣ କରିବା କଥା ନୁହେଁ ସେ ନେଇ ଅଗ୍ନିଶମ କର୍ମଚାରୀମାନେ ଡେମୋ ଦେଖାଇଥିଲେ। ଆଗକୁ ଏହି ଡେମୋ ଯେମିତି ବିଦ୍ୟୁତ ବିଭାଗର କାମ ଆସିବ ସେନେଇ ସବୁ କର୍ମଚାରୀ କାମରେ ଲଗାଇବେ ବୋଲି ବିଦ୍ୟୁତ ବିଭାଗ ଜେ.ଇ ନିରୋଜ କୁମାର ମେହେର କହିଥିଲେ।

କଂଟାବାଞ୍ଜି ଅଗ୍ନିଶମ ଅଧିକାରୀ ଅସିତ କୁମାର ଜେନା, ହାବିଲଦାର ଚୈତନ୍ୟ ମହାରଣା, ଡ୍ରାଇଭର ହାବିଲଦାର ଅମ୍ବାରିସ ପଣ୍ଡା, ଆଗ୍ନିକ ପୁରନ୍ଦର ବିଶ୍ୱାଳ, ମିନକେତନ ଭୋଇ, ହେମନ୍ତ ସାହୁ, ବିଭୂତି ଭୁଷଣ ନାଗ ପ୍ରମୁଖ ନିଆଁକୁ ଆୟତ୍ତ କରିବା ଉପରେ ଡେମୋ ଦେଖାଇବା ସହ ବିଦ୍ୟୁତ କର୍ମଚାରୀଙ୍କୁ ସଚେତନ କରିଥିଲେ। ବିଦ୍ୟୁତ ବିଭାଗ ଏସ.ଡି.ଓ ଅବନିକାନ୍ତ ମହାରଣା, ସେଫ୍ଟି ଅଫିସର ସଂଜୀବ କୁମାର ହୋତା, ବରିଷ୍ଠ ଲାଇନମ୍ୟାନ ସରୋଜ କୁମାର ସାହୁ, ତୁରେକେଲା ବିଦ୍ୟୁତ ବିଭାଗ ଜେ.ଇ. ସୁନିଲ କୁମାର ସ୍ୱାଇଁ, ମୁରିବାହାଲ ଜେ.ଇ. ମହମ୍ମଦ ଜୁନେନ, କଂଟାବାଞ୍ଜି ବ୍ରେକ ଡାଉନ ଇଞ୍ଜିନିୟର ଅଜୟ କୁମାର ବେହେରା, ତୁରେକେଲା ପ୍ରଭୁଦତ୍ତ ବେହେରା, ମୁରିବାହାଲ ସଂଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିବାବେଳେ ମୁରିବାହାଲ, ତୁରେକେଲା ଏବଂ କଂଟାବାଞ୍ଜି ସେକ୍ସନର ବିଦ୍ୟୁତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.