www.samajalive.in
Tuesday, December 9, 2025
26.1 C
Bhubaneswar

ଚଳନ୍ତା କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା, ଅଳ୍ପକେ ବର୍ତିଲେ ଗାଡି ମାଲିକ

ନବରଙ୍ଗପୁର : ସାଧାରଣତନ୍ତ୍ର ଦିବସରେ ଅଘଟଣ । ଚଳନ୍ତା କାରରେ ଲାଗିଲା ନିଆଁ । ନବରଙ୍ଗପୁର ସହର ମାଝୀଗୁଡା ରାସ୍ତା ଦେଇ ତେନ୍ତୁଳିଖୁଣ୍ଟି ଯାଉଥିବା ବେଳେ ବିଜରାଗୁଡ଼ା ନିକଟରେ ଏକ କାରରେ ନିଆ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

ନବରଙ୍ଗପୁରର ଏକ ଗ୍ୟାରେଜରେ ମରାମତି ହୋଇ ବିଜରାଗୁଡାର ଭୀମ ନାୟକଙ୍କ କାର ଘରକୁ ଫେରୁଥିବା ବେଳେ ଗାଡିର ଇଞ୍ଜିନରୁ ହଠାତ ନିଆଁ ଲାଗିଯାଇଥିଲା । କାରରେ ଯାଉଥିବା ମାଲିକ ନିଜେ ଡ୍ରାଇଭିଙ୍ଗ କରି ଯାଉଥିବା ବେଳେ ଗାଡିରୁ ଓହ୍ଲାଇ ଦେଖିବା ବେଳେ ଇଞ୍ଜିନରୁ ପ୍ରବଳ ନିଆଁ ଲାଗିଥିଲା। ଏ ସମ୍ବନ୍ଧରେ ସେମାନେ ଅଗ୍ନିଶମ ବାହିନୀକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅଗ୍ନିଶମ ଗାଡି ବିଳମ୍ବରେ ପହଞ୍ଚିବାରୁ ନିଆ ଲାଗି ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିବା କାର ମାଲିକ ଅଭିଯୋଗ କରିଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଗାଡି ମାଲିକ କହିଛନ୍ତି ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories