www.samajalive.in
Monday, December 15, 2025
24.1 C
Bhubaneswar

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ନାଁରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ପଶ୍ଚମବଙ୍ଗର କୃଷ୍ଣନଗର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ମାମଲଟି ଗତ ୨୮ଅଗଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବା ସମ୍ପର୍କିତ ବୋଲି ଜଣାପଡିଛି । ଗୃହମନ୍ତ୍ରୀଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେବାକୁ ବିଜେପି ଘୃଣାପୂର୍ଣ୍ଣ ଏବଂ ହିଂସାତ୍ମକ ବୟାନ ବୋଲି କହିଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଅବୈଦ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଥିଲେ ଯେ ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ମା ଓ ଭଉଣୀ ଉପରେ ଖରାପ ଦୃଷ୍ଟି କପାଉଛନ୍ତି ଏବଂ ଆମ ଜମି ଛଢାଇ ନେଉଛନ୍ତି । ତେବେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖି ଦେବା ଉଚିତ । ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖି ଦେବାକୁ କହିଛନ୍ତି ମହୁଆ । ଏଭଳି ବିବାଦୀୟ ବୟାନ ପରେ ଏବେ ମହୁଆ ବେଶ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଆଜି ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories