BJD Bijuli 480×75 Mob

୧୧୦ ଫାଇଟର ଜେଟ୍‌ କିଣିବ ବାୟୁ ସେନା

BJD Bijuli 480×75 Mob
0

ନୂଆଦିଲ୍ଲୀ, ଭାରତୀୟ ବାୟୁ ସେନା ୧୧୦ଟି ଅତ୍ୟାଧୁନିକ ଫାଇଟ୍‌ର ଜେଟ୍‌ କିଣିବ । ଏଥିପାଇଁ ୯୭୩.୮ ବିଲିଅନ୍‌ ଟଙ୍କା ଖର୍ଚ୍ଚ ହେବ । ବାୟୁସେନା ୱେବ୍‌ସାଇଟ୍‌ରେ ରିକ୍ୱେଷ୍ଟ ଫର ଇନ୍‌ଫରମେସନ୍‌ ପ୍ରକାଶିତ ପାଇବା ସହିତ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଚୁକ୍ତିନାମା ଅନୁଯାୟୀ, ଫାଇଟର ଜେଟ୍‌ ସହିତ ଏହାର ନିର୍ମାଣ ଜ୍ଞାନକୌଶଳ ମଧ୍ୟ ଭାରତ ହାସଲ କରିବ । ଯାହାଫଳରେ ଭବିଷ୍ୟତରେ ଏହି ଧରଣର ଫାଇଟର ଜେଟ୍‌ ନିର୍ମାଣ କରିବାରେ ଭାରତ ସମର୍ଥ ହୋଇପାରିବ । ଏବେ ଭାରତୀୟ ବାୟୁସେନା ପାଖରେ ୩୧ ସ୍କ୍ୱାର୍ଡନ ଫାଇଟର ଜେଟ୍‌ ଅଛି । ସେଗୁଡ଼ିକ ମଧ୍ୟରେ ମିଗ୍‌ ୨୧, ମିଗ୍‌ ୨୭ ଓ ମିଗ୍‌ ୨୯ ରହିଛି ।

Leave A Reply