ଫିଫା ବିଶ୍ୱକପ ଇତିହାସରେ ପ୍ରଥମ ଥର ବ୍ୟବହାର ହେଲା ଭିଏଆର ଟେକ୍ନୋଲୋଜି
କଜାନ : ଫିଫା ବିଶ୍ୱକପରେ ପ୍ରଥମଥର ଭଡିଓ ଆସିଷ୍ଟାଣ୍ଟ ରେଫରି ଟେକ୍ନୋଲୋଜି (ଭିଏଆର)ର ବ୍ୟବହାର କରାଯାଇଛି। ଶନିବାର ଅଷ୍ଟ୍ରେଲିଆ – ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଗଲା। ଯେତେବେଳେ ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆକୁ ପେନାଲଟି ମିଳିଥିଲା ସେହି ସମୟରେ ଏହାର ଆବଶ୍ୟକତା ପଡିଥିଲା। ମ୍ୟାଚରେ ଏଣ୍ଟୋନି ଗ୍ରୀଜମ୍ୟାନଙ୍କୁ ଅଷ୍ଟ୍ରେଲିଆ ଦଳ ପେନାଲଟି ବକ୍ସରେ ପକାଇଦେଇଥିଲେ ଏଥିନେଇ ରେଫରି ପେନାଲଟି ଦେଇ ନ ଥିଲେ କିନ୍ତୁ ପରେ ବାର୍ ଅଧିକାରୀ ସମିକ୍ଷା କରି କହିଲେ ଏହା ପେନାଲଟି ଅଟେ। ଏହାପରେ ପେନାଲଟି ଦିଆଯାଇଥିଲା।