www.samajalive.in
Sunday, December 7, 2025
13.1 C
Bhubaneswar

ମୌଳିକ ସୁବିଧା ଠାରୁ ବହୁ ଦୂରରେ ଆପାବିରୁଗ୍ରାମ 

ଫୁଲବାଣୀ : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ଅନେକାଂଶରେ ସରକାରଙ୍କ ସବୁ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ରାଜ୍ୟରେ ଅନେକ ଏମିତି ଗାଁ ରହିଛି, ଗ୍ରାମବାସୀ ମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସୁବିଧା ସାତସପନ ପାଲଟିଛି। ତେବେ କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ କେତେକ ଗ୍ରାମରେ ଆଜି ପର୍ଯ୍ୟନ୍ତ ବିକାଶ ଅପହଞ୍ଚ। ଯେଉଁଠି ଆଦିବାସୀ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଫିରିଙ୍ଗିଆ ବ୍ଲକ ଲୁଇଶିଂ ପଞ୍ଚାୟତ ଅନ୍ତର୍ଗତ ଆପାବିରୁ ଗ୍ରାମ। ଏଠାରେ ଷାଠିଏ ପରିବାରରୁ ପଚାଶ ପରିବାର ଆଦିବାସୀ ଜନଜାତିର ଅଟନ୍ତି। ଏହି ଗାଁର ମୁଖ୍ୟ ସମସ୍ୟା ଜଳ ସଙ୍କଟ। ଖରାଦିନ ଆସିଲେ ଭାଳେଣି ପଡ଼େ ପାଣି ପାଇଁ। ଗାଁରେ ଗୋଟେରୁ ଦୁଇଟି ବ୍ୟକ୍ତିଗତ କୂଅ ଅଛି କିନ୍ତୁ ସମସ୍ତ ଗ୍ରାମବାସୀ ଏହି କୂଅ ମାନଙ୍କରେ ନିର୍ଭର କରନ୍ତି। କୂଅ ଶୁଖିଗଲେ ପାହାଡ଼ ତଳେ ଚୁଆ ଖୋଲି ଦୂଷିତ ପାଣି ବ୍ୟବହାର କରନ୍ତି। ନଳକୂପ ପାଞ୍ଚୋଟି ଅଛି କିନ୍ତୁ ତିନୋଟି ଅଚଳ । ରାସନ୍ ସାମଗ୍ରୀ ଆଣିବା ପାଇଁ ଛଅ କିମି ବାଟ ଚାଲିଚାଲି ଲୁଇଶିଙ୍ଗ ଯାଆନ୍ତି। ଦଶବର୍ଷ ମଧ୍ୟରେ ଏହି ଗାଁରେ ଚାରି ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଛନ୍ତି । ଏହି ଗାଁ ରେ ଅଧା ଲୋକଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଛି। ଦୁଃଶାସନ କହଁର, ସିମିକା କହଁରଙ୍କ ସମେତ ବାର ଘରକୁ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ଏମାନେ ଏବେ ମଧ୍ୟ ଅନ୍ଧାରରେ କାଳାତିପାତ କରୁଛନ୍ତି।
ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିବାରୁ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଛଅ କିମି ବାଟ ଲୁଇଶୀଙ୍ଗ ପର୍ଯ୍ୟନ୍ତ ଖଟରେ ବୋହି ନେବା ପରେ ଲୁଇଷିଂ ଠାରୁ ଅଟୋ କିମ୍ଵା ଗାଡ଼ିର ବ୍ୟବସ୍ଥା କରାଯାଏ । ତିନି ବର୍ଷ ହେବ ତେତେଲପଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇ ଯାଇଥିବାରୁ ଏହି ଗାଁର କୋମଳମତି ଶିଶୁ ମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ତରଫରୁ ଏହି ଗାଁରେ ପୋଖରୀଟିଏ ମଧ୍ୟ ଖୋଳା ଯାଇ ନଥିବାରୁ ବର୍ଷ ସାରା ଜଳ କଷ୍ଟ ଭୋଗୁଥିବା ଗାଁର ବିଜୁ କହଁର, ଅଙ୍ଗଦ କହଁର , ମେଟକଲା କହଁରଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories