www.samajalive.in
Saturday, December 6, 2025
14.1 C
Bhubaneswar

ଖାଲଖମା ରାସ୍ତା; ଯାତାୟତ ବାଧାପ୍ରାପ୍ତ, ସଡ଼କ ନିର୍ମାଣ ଦାବି..

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବରେ ପହଞ୍ଚି ପାରି ନାହିଁ । ଗମନାଗମନ, ଶିକ୍ଷା ବ୍ୟବସ୍ଥା ହେଉ କି ସ୍ୱାସ୍ଥ୍ୟ ସେବା ଲୋକଙ୍କ ସୁବିଧା ପାଇଁ ପହଞ୍ଚି ପାରୁନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତର ଜାର୍ଗୀ ପଡା ଅନ୍ତର୍ଗତ ପ୍ରାୟ ୭ ରୁ ଉର୍ଦ୍ଧ ଗ୍ରାମର ଜନସାଧାରଣ ଆଜି ପର୍ଯ୍ୟନ୍ତ ଯାତାୟତ ପାଇଁ ଠିକ ରାସ୍ତାଟିଏ ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି। ସ୍କୁଲ ସାହି, ପୁରୁଣା ସାହି, ଶ୍ରାମ୍ଭୁ ପଡା, ଡାଡାକା ପଡା, ମାଣୀଜାଲା, ପାଗାଷ ପାଙ୍ଗା, ଭଳି ପ୍ରାୟ ୭ଟି ଗ୍ରାମବାସୀଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ମଧ୍ୟ ପାଖାପାଖି ୪ କିଲୋମିଟର ଖାଲଖମା ରାସ୍ତା ଦେଇ ବର୍ଷ ତମାମ ଯିବାକୁ ପଡିଥାଏ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

- Advertisement -

ବର୍ଷା ଦିନ ଆସିଲେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ମଧ୍ୟ ନୁଆଁ ପଦର ଉପରେ ନିର୍ଭର କରୁଥିବା ବେଳେ କାଦୁଅ ପଚପଚ ରାସ୍ତା ଏବଂ ଖାଲଖମା ରାସ୍ତା ଯୋଗୁଁ ଯାତାୟତ ପାଇଁ ବହୁ ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମେଡିକାଲ ପାଇଁ ଜରୁରୀ ପରିସ୍ଥିତିରେ ଯିବାକୁ ହେଲେ ବୁଲି ବୁଲି କୁଟି ଗୁଡା ଦେଇ ଯିବାକୁ ପଡୁଛି। ଏହି ଗାଁ ମାନଙ୍କ ମଧ୍ୟରେ ଗୋଟିଏ ଅଙ୍ଗନବାଡି ସହ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ତୁ ରାସ୍ତା ସମସ୍ୟା ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଛି।

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

ଗ୍ରାମବାସୀଙ୍କ କହିବା ମୁତାବକ ରବିଙ୍ଗିଆ ଠାରୁ ଜାର୍ଗୀ ପଡା ଦେଇ କୁଇଲାରୀ ପର୍ଯ୍ୟନ୍ତ ଯାଇଥବା ରାସ୍ତାରେ ପ୍ରାୟ ୫୦ ବର୍ଷ ହେବ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ମରାମତି ହୋଇନଥିବା ବେଳେ ମାଟି ମୁଠାଏ ମଧ୍ୟ ପଡ଼ି ନାହିଁ। ଯାହା ଦ୍ୱାରା ଏହି ରାସ୍ତା ଖାଲଖମା ହୋଇ ରହିଛି। ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଜିଲ୍ଲା ପାଳ ଏବଂ ଏମିତି କି ବିଧାୟକ, ସାଂସଦଙ୍କୁ ଲିଖିତ ଭାବରେ ଦେଇଥିଲେ ମଧ୍ୟ କୌଣସି ରାସ୍ତାଟିଏ ନିର୍ମାଣ ହୋଇ ପାରି ନାହିଁ ବୋଲି କହିଛନ୍ତି। ସମୂହ ଗ୍ରାମର ପ୍ରଦୀପ ମଲିକ, ଦୀନବନ୍ଧୁ ମଲିକ, ସୁଗ୍ରୀ ମଲିକ, ଦିବାକର ମଲିକ, ଉଦୟନାଥ ମଲିକ, ଅନିତା ମଲିକ, ସାବିତା ମଲିକଙ୍କ ସହ ଅଞ୍ଚଳବାସୀ ରବିଙ୍ଗିଆ ବସ ଷ୍ଟାଣ୍ଡ ନିକଟରୁ ଜାର୍ଗୀ ପଡା ଦେଇ କୁଇଲାରୀ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟରରୁ ଉର୍ଦ୍ଧ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି। ସରକାର ତୁରନ୍ତ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ନ କଲେ ଆଗାମୀ ଦିନରେ ଜାର୍ଗୀ ପଡା ଅଞ୍ଚଳର ଗ୍ରାମବାସୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories