www.samajalive.in
Monday, December 15, 2025
24.1 C
Bhubaneswar

ନକଲି ସାର କିଣି ଚାଷୀ ହତାଶ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ୟୁରିଆ ସାରର ଅଭାବୀ ବିକ୍ରି ପରେ ଏବେ ଜିଲା ସଦର ମହକୁମାରେ ନକଲି ପଟାସ ସାର ବିକ୍ରି ହେଉଥିବା ଅଭିଯୋଗ ହେଉଛି। ରବିବାର କିଛି ଚାଷୀ ଜମିରେ ନକଲି ପଟାସ ସିଞ୍ଚନ କରି ଠକାମୀର ଶିକାର ହେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସହର ଉପକଣ୍ଠ ପରମାନନ୍ଦପୁରର ଜିତେନ୍ଦ୍ର ମେହେର, ଦିଲ୍ଲୀପ ମେହେର, ବସନ୍ତ ମେହେର ପ୍ରମୁଖ ଚାଷୀ ଗତ ୩ ଦିନ ତଳେ ସ୍ଥାନୀୟ ଇରିଗେଶନ କଲୋନୀ ଛକସ୍ଥିତ ଏକ ସାର ଦୋକାନରୁ ପଟାସ କିଣିଥିଲେ। ବସ୍ତା ପିଛା ୧୭୫୦ ଟଙ୍କା ନେଇ ଦୋକାନୀ ସାର ଦେଇଥିଲେ। ହେଲେ ଆଜି ବିଲରେ ସାର ସିଞ୍ଚନ ବେଳେ ତାହା ନକଲି ହେଇଥିବା ଚାଷୀମାନେ ଜାଣି ପାରିଥିଲେ। ପଟାସ ସାରରେ ବାଲି ଏବଂ ଲୁଣ ମିଶିଥିବା ଜାଣିବାକୁ ପାଇଥିଲେ। ସାରକୁ ଚାଖିବାରୁ ତାହା ନକଲି ହୋଇଥିବା ସ୍ପଷ୍ଟ ହେଇଥିଲା। ଏପରିକି ଏହି ସାରକୁ ପାଣିରେ ମିଶାଇବାରୁ ବାଲି ତଳେ ରହିଯିବା ଏବଂ ଲୁଣ ପାଣିରେ ମିଳେଇ ଯିବା ଦେଖିବାକୁ ମିଳିଥିଲା। ଏନେଇ ଦିଲୀପ ସମ୍ପୃକ୍ତ ଦୋକାନୀଙ୍କୁ ପ୍ରମାଣ ସହିତ ଦେଖାଇବାରୁ, ଦୋକାନୀ ତାଙ୍କୁ ୧୭୫୦ ଟଙ୍କା ଫେରସ୍ତ କରିଥିବା ସେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ବିଲରେ ସିଞ୍ଚନ ହେଇଥିବା ସାର କୌଣସି କାମରେ ଆସିବ ନାହିଁ ବୋଲି ଚାଷୀମାନେ ଚିନ୍ତାରେ ଅଛନ୍ତି।

- Advertisement -

ଏ ନେଇ ପୀଡ଼ିତ ଚାଷୀମାନେ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବା ସତ୍ତ୍ୱେ କେହି ଫୋନ୍ ଗ୍ରହଣ କରି ନ ଥିଲେ। ଏ ସଂକ୍ରାନ୍ତରେ ଜାଣିବାକୁ “ସମାଜ” ପକ୍ଷରୁ ଯୋଗାଯୋଗ କରାଯିବା ସତ୍ତ୍ୱେ କୃଷି ଅଧିକାରୀ ଫୋନ୍ ଗ୍ରହଣ କରି ନ ଥିଲେ। ଏଣୁ ପ୍ରତିକ୍ରିୟା ମିଳି ପାରିଲା ନାହିଁ। ତେବେ ସୋମବାର ଚାଷୀମାନେ କୃଷି କାର୍ଯ୍ୟାଳୟ ଯାଇ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ତେବେ ସଂପୃକ୍ତ ଦୋକାନ ସମେତ ସଦର ମହକୁମାର ଅନ୍ୟ ସାର ଦୋକାନଗୁଡ଼ିକରେ ଚଢାଉ କରି ନକଲି ସାର ଜବତ କରିବାକୁ ଚାଷୀ ମହଲରେ ଦାବି ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories