ଅନୁଗୋଳ(ନଗର): ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କନ୍ଧବେରେଣି ଗ୍ରାମର ଶୁକୁରୁ ପ୍ରଧାନଙ୍କ ପୁଅ ଶ୍ରୀକାନ୍ତ ପ୍ରଧାନ(୩୦) ଏକ ବାଇକ୍ ନେଇ କଳମଛୁଇଁ ଗ୍ରାମକୁ ତାଙ୍କ ଶାଶୁଙ୍କୁ ନେବା ପାଇଁ ଆସୁଥିଲେ। କନ୍ଧବେରେଣି ଗ୍ରାମ ମୁଣ୍ଡରେ ଥିବା ଜଙ୍ଗଲ ମଝିରେ ଅନ୍ୟ ଏକ ବାଇକ ସହିତ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ଶ୍ରୀକାନ୍ତଙ୍କ ସମେତ ୨ୟ ବାଇକରେ ଥିବା ତାଳଚେର ବ୍ଲକ ଶିବରାମପୁର ଗ୍ରାମର ପଙ୍କଜ ବେହେରାଙ୍କ ପୁଅ ସୌଭାଗ୍ୟ ବେହେରା(୩୫) ଓ ଅନୁକୂଳ ପ୍ରଧାନଙ୍କ ପୁଅ ବିଭୂତି ପ୍ରଧାନ ଗୁରୁତର ଆହତ ହୋଇଥିଲେ। ଶ୍ରୀକାନ୍ତଙ୍କୁ ପ୍ରଥମେ ଏକ କାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ୧୦୮ ରୋଗୀ ବୁହା ଗାଡ଼ିରେ ସୌଭାଗ୍ୟ ଓ ବିଭୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବିଭୁତିଙ୍କୁ ମୃତ ଘୋଷଣା କରିଥିଲେ।



