www.samajalive.in
Thursday, December 11, 2025
15.1 C
Bhubaneswar

ଡାକ୍ତରଖାନାରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ। ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀମାନେ ମୃତଦେହ ଧରି ପଳାଇଥିଲେ। ମୃତକ ହେଲେ ସାକସିଙ୍ଗା ଗାଁର ରଜତ ନାୟକ(୨୭) ।

ସୂଚନା ଅନୁସାରେ, ସାକସିଙ୍ଗା ଗ୍ରାମର ରଜତ ନିଜେ ଗାଡ଼ି ମାଲିକ ଥିବାବେଳେ ନିଜ ଗାଡି ନିଜେ ଚଳାନ୍ତି । ଆଜି ‌ହିଙ୍ଗୁଳା କୋଲ୍ କରିଡ଼ରରେ ଗାଡିରଖି ଚାଲିଚାଲି ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଗ୍ରାମବାସୀ ଡାକ୍ତରଖାନାରୁ ଜୋରଜବରଦସ୍ତ ନେଇ ଯିବାକୁ ଚେଷ୍ଟା କରିଥିଲେ। ମେଡ଼ିକାଲ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ । ୨୦ରୁ ୩୦ ଜଣ ଲୋକ ଜବରଦସ୍ତି ଏକ ଆମ୍ବୁଲାନ୍ସରେ ମୃତଦେହ ନେଇ ଚାଲିଯାଇଥିଲେ। ନେବାବେଳେ ଜଣେ ସୁରକ୍ଷା କର୍ମୀ ଆହତ ମଧ୍ୟ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories