www.samajalive.in
Friday, December 5, 2025
16.1 C
Bhubaneswar

ବ୍ୟକ୍ତିଙ୍କ ଗଳାକାଟି ହତ୍ୟା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ

ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାକଡ଼ରୁ ଗଳାକଟା ମୃତଦେହକୁ ଜବତ କରିଛି ପୁଲିସ। ହତ୍ୟାର ଶିକାର ହୋଇଛନ୍ତି ବରଗଡ଼ ଜିଲ୍ଲା ବରାହ ଗୋଡା ଗ୍ରାମାଞ୍ଚଳ ଥାନା ବରାହ ଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ ସାହୁ। କେଉଁ କାରଣରୁ ଏବଂ କିଏ ମହାଦେବଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ।

ଘଟଣାସ୍ଥଳରେ ଅତାବିରା ଓ ଗୋଡଭଗା ପୁଲିସ ଏବଂ ସାଇଣ୍ଟିଫିକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଧରିବା ଲାଗି ସନ୍ଧାନୀ କୁକୁର ସହାୟତା ନିଆଯାଇଛି। ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ମୃତଦେହ ଚିହ୍ନଟ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories