www.samajalive.in
Monday, December 15, 2025
26.1 C
Bhubaneswar

ବ୍ୟକ୍ତିଙ୍କ ଗଳାକାଟି ହତ୍ୟା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ

ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାକଡ଼ରୁ ଗଳାକଟା ମୃତଦେହକୁ ଜବତ କରିଛି ପୁଲିସ। ହତ୍ୟାର ଶିକାର ହୋଇଛନ୍ତି ବରଗଡ଼ ଜିଲ୍ଲା ବରାହ ଗୋଡା ଗ୍ରାମାଞ୍ଚଳ ଥାନା ବରାହ ଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ ସାହୁ। କେଉଁ କାରଣରୁ ଏବଂ କିଏ ମହାଦେବଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ।

ଘଟଣାସ୍ଥଳରେ ଅତାବିରା ଓ ଗୋଡଭଗା ପୁଲିସ ଏବଂ ସାଇଣ୍ଟିଫିକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଧରିବା ଲାଗି ସନ୍ଧାନୀ କୁକୁର ସହାୟତା ନିଆଯାଇଛି। ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ମୃତଦେହ ଚିହ୍ନଟ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories