ସମାଜ ଡିଜିଟାଲ ଡେସ୍କ: କାଠଯୋଡ଼ି ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିବା ଦୁଇ ଜଣ ନାବାଳକଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କଟକ ବୟାଳିଶି ମୌଜାର ଦିଲ୍ଲୀପ ନାୟକଙ୍କ ପୁଅ ଗୁରୁପ୍ରସାଦ ନାୟକ। ରବିବାର ସକାଳେ ଗୁରୁପ୍ରସାଦ ତାଙ୍କର ଅନ୍ୟ ଜଣେ ସାଙ୍ଗ ସହିତ କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ଗାଧୋଇବା ସମୟରେ ଭାସିଯାଇଥିଲେ। ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ ଗ୍ରାମରେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣେ ନାବାଳକ ଏବେ ବି ନିଖୋଜ ରହିଛି।
ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡିଆରଏଫ)ରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କଟକ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
କଟକ ବୟାଳିଶ ମୌଜାର ଗୁରୁପ୍ରସାଦ ନାୟକ (ପିତା- ଦିଲ୍ଲୀପ ନାୟକ) କାଠଯୋଡ଼ି (ସିଡୁଆ) ନଦୀରେ ବୁଡ଼ି ପ୍ରାଣ ହରାଇଥିବା ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ…
— CMO Odisha (@CMO_Odisha) October 12, 2025



