ଚାଷୀଙ୍କ ପାଇଁ ତିଆରି ଆଡି ବନ୍ଧ ହେଲେ ପାଣି ଚାଷ କାମରେ ଲାଗୁନି

କଲ୍ୟାଣ ସିଂହପୁର (ନିପ୍ର) – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ପଡ଼େଇକାନି ଗାଁ ସୀତାପୁର ନାଳରେ ନିର୍ମାଣ କରାଯାଇଥିବା ଆଡ଼ି ବନ୍ଧର ପାଣି ଚାଷକାମରେ ଆସୁ ନ ଥିବା ଅଭିଯୋଗ ହେଉଛି।ଏହି ଆଡିବନ୍ଧ କ୍ଷୁଦ୍ରଜଳସେଚନ ବିଭାଗ ରାୟଗଡା ତରଫରୁ ୨୦୧୭ ମସିହାରେ ୬୭ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିଲା । ଆଡିବନ୍ଧନିର୍ମାଣ ର ୫ ବର୍ଷ ବିତିଯାଇଥିଲେ ସୁଧା ଚାଷ ଜମିକୁ ପାଣି ମାଡି ପାରି ନାହିଁ ।

ଏଥିରେ କେନାଲ କରାଯାଇ ନାହିଁ । ଯାହାଫଳରେ ଚାଷ ଜମି କୁ ପାଣି ଯାଇପାରୁନି। ଆଡ଼ି ବନ୍ଧରେ କେନାଲ ହେଲେ ତିନୋଟି ମୌଜା ସୀତାପୁର,ଖସିଗୁଡ଼ା ଓ ପଡେଇକାନି ତିନୋଟି ଗାଁ ର ପ୍ରାୟ ତିନି ଶହ ହେକ୍ଟର ଚାଷ ଜମିରେ ଜଳସେଚନ କରାଯାଇ ପାରିବ ବୋଲି ଚାଷୀ ମାନେ କହିଛନ୍ତି ।

ଏମାନଙ୍କ ର ମୁଖ୍ୟ ଚାଷ ହେଉଛି ଧାନ ।ପାଣି ଅଭାବରୁ ଅନ୍ୟ ଚାଷ କରି ପରିବାର ଭରଣ ପୋଷଣ କରୁଥିବା କହିଛନ୍ତି । ଆଡିବନ୍ଧତିଆରି କରୁଛନ୍ତି ପାଣି ବାହାରିବାକୁ କେନାଲ ନକରି ଛାଡି ଦେଇଛନ୍ତି । ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଲାଗୁ ନାହିଁ ବୋଲି ଅଭିଯୋଗ କରି ୩ ଖଣ୍ଡ ଗ୍ରାମର ଚାଷୀ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜଳସେଚନ ବିଭାଗର ଅଧିକାରୀମାନେ ଜଳସେଚନର ବ୍ୟବ୍ୟସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି । ସରକାର ଚାଷୀଙ୍କ ହିତରେ ଏଠି ଆଡି ବନ୍ଧ ତିଆରି କରିଥିଲେ ମଧ୍ୟ କେନାଲ ହୋଇ ନଥିବାରୁ ଏତେ ଟଙ୍କାର ସଦୁପଯୋଗ ହୋଇ ପାରୁନାହିଁ ।

Comments are closed.