www.samajalive.in
Sunday, December 7, 2025
26.1 C
Bhubaneswar

ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର; ମେଘାଳୟ ଶ୍ରମିକଙ୍କୁ ଉଦ୍ଧାରରେ ଅସୁବିଧାର ସମ୍ମୁଖୀନ ହେଉଛୁ

ନୂଆଦିଲ୍ଲୀ : ମେଘାଳୟର ପୂର୍ବ ଜୟନ୍ତିଆସ୍ଥିତ କୋଇଲା ଖଣିରେ ଫଶି ରହିଥିବା ଶ୍ରମିକଙ୍କୁ ୨୨ ଦିନ ପରେ ବି ଉଦ୍ଧାର କରାଯାଇ ପାରି ନ ଥିବା ବେଳେ ସେମାନେ ଜୀବିତ ଥିବା ନେଇ ଆଶା ମଉଳିବାରେ ଲାଗିଛି। ‌ତେବେ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍ଧାରକାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ରିପୋର୍ଟ ଲୋଡିଛନ୍ତି। ଖଣିଟି ବେଆଇନ ହୋଇଥିବାରୁ ଏଠାରେ ଫଶି ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି କୌଣସି ନିର୍ଦିଷ୍ଟ ବ୍ଲୁପ୍ରିଣ୍ଟ ନ ଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସଲିସିଟର ଜେନେରାଲ ଶୁକ୍ରବାର ଶୁଣାଣି ବେଳେ ଯୁକ୍ତି ବାଢିଥିଲେ। ଏହି ପ୍ରସଙ୍ଗ ଭିତରକୁ ଯିବାକୁ ସୁପ୍ରିମକୋର୍ଟ ଚାହୁଁନାହାନ୍ତି ବୋଲି ଦର୍ଶାଇ ବିଚାରପତି ଏ. କେ. ସିକ୍ରି କହିଥିଲେ, ଯଦି ଖଣିଟି ବେଆଇନ ତା’ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ; କିନ୍ତୁ ଏହି କାରଣରୁ ଶ୍ରମିକମାନଙ୍କ ଜୀବନକୁ ବାଜି ଲଗାଯାଇପାରିବ ନାହିଁ। ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଉପଯୁକ୍ତ ଉଦ୍ୟମ ହୋଇଛି କି ନାହିଁ ତାହା କୋର୍ଟ ଜାଣିବାକୁ ଚାହାନ୍ତି ବୋଲି ସେ ଦର୍ଶାଇଛନ୍ତି। ଜାନୁଆରୀ ୭ରେ ଉଦ୍ଧାରକାର୍ଯ୍ୟ ଉପରେ ଅସନ୍ତୋଷ ବ୍ୟକ୍ତି ଗରି ଏହି ଶ୍ରମିକମାନଙ୍କୁ ଜୀବନ୍ତ ଅଥବା ମୃତ ଉଦ୍ଧାର କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories