ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି

ଡେସ୍କ: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା କର୍ମଚାରୀମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (କାଜୁଆଲ ଲିଭ) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (ସ୍ପେଶାଲ କାଜୁଆଲ ଲିଭ) ସହିତ ପାଇପାରିବେ।

prayash

ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ। ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା।

Comments are closed.