www.samajalive.in
Monday, December 15, 2025
24.1 C
Bhubaneswar

ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହନ : ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ ଉଦ୍‌ଘାଟିତ

ଭୁବନେଶ୍ବର : ୨୦୨୨ ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଟି ବିଷୟ ଉପରେ ରପ୍ତାନିକ କାର୍ଯ୍ୟ କରିଥିବେ, ସେମାନଙ୍କର ଖର୍ଚ୍ଚ ସରକାର ବହନ କରିବେ। ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ସରକାର ଏହିପରି ଯୋଜନା ପ୍ରଣୟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦେଶାଳୟଠାରେ ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ ଉଦ୍‌ଘାଟିତ ହୋଇଯାଇଛି।
ରପ୍ତାନୀକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ସେମାନଙ୍କ ଖର୍ଚ୍ଚ ଅନୁମୋଦନ ହେବ ଓ ସେମାନେ ଗାଇଡ୍‌ଲାଇନ୍‌ ଅନୁଯାୟୀ ବହନ କରିଥିବା ସରକାରୀ ରାଶି ପିଛିଲା ଭାବେ ଫେରିପାଇବେ। ଏହି ସାତଟି ବିଷୟ ହେଲା- ଆନ୍ତର୍ଜାତିକସ୍ତରରେ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ବିମାନ ଖର୍ଚ୍ଚ ୫୦ ପ୍ରତିଶତ ସରକାର ବହନ କରିବେ। ୫୦ ହଜାର ଭିତରେ ଏହା ସୀମିତ ରହିବ। ଷ୍ଟଲ୍‌ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ରପ୍ତାନୀ ଉନ୍ନୟନ ପରିଷଦରେ ସଭ୍ୟ ହେବା ପାଇଁ ଯେଉଁ ଖର୍ଚ୍ଚ, ସେଥିରୁ ସରକାର କିଛି ଅଂଶ ଦେବେ। ତାହା ସର୍ବାଧିକ ୪୦ ହଜାର ଟଙ୍କା। ୱାନ୍‌ ଟାଇମ୍‌ ଅର୍ଗାନିକ୍‌ ସାର୍ଟିଫିକେଟ୍‌ ହାସଲ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିବ; ତା’ର ୫୦ ପ୍ରତିଶତ ଓ ସର୍ବାଧିକ ୧୦ ଲକ୍ଷ ସରକାର ବହନ କରିବେ। ସେହିପରି କଣ୍ଟ୍ରି ସାର୍ଟିଫିକେଟ୍‌, ଏକ୍ସପୋର୍ଟ ଇନ୍‌ସ୍ପେକନ୍‌ ଏଜେନ୍ସି ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ୍‌, କ୍ୱାଲିଟି ସାର୍ଟିଫିକେଟ୍‌ ପାଇଁ ସର୍ବାଧିକ ରାଶି ସରକାର ଦେବେ। ରପ୍ତାନୀ ଦ୍ରବ୍ୟର ମାନକ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଞ୍ଜିକୃତ ସରକାର ସଂସ୍ଥା ଦ୍ୱାରା ଟେକ୍ନୋଲୋଜି ଆଡ୍‌ଭାନ୍ସମେଣ୍ଟ କନ୍‌ସଲ୍‌ଟାନ୍ସି ପାଇଁ ଖର୍ଚ୍ଚ (୫ ଲକ୍ଷ) ପିଛିଲା ଭାବେ ପ୍ରାପ୍ତ ହୋଇପାରିବ। ଏହି ପୋର୍ଟାଲ ବ୍ୟବହାର କରି ରପ୍ତାନୀକାରୀ ବ୍ୟକ୍ତି ବା ସଂସ୍ଥା ୨୦୨୨ ନଭେମ୍ବର ୩୦ ତାରିଖଠାରୁ ପିଛିଲା ଭାବେ ପାଇପାରିବେ। ପୋର୍ଟାଲକୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନୟନ ପରେ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ବଦେଇ ଆସୁଛନ୍ତି। କୃଷି ପରେ ଏମଏସଏମଇ ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିସାରିଲାଣି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ପୋର୍ଟାଲ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ। ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ରପ୍ତାନୀକାରୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ସମ୍ବର୍ଦ୍ଧିତ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦେଶକ ଏମ୍‌. ସାଦ୍ଦିକ୍‌ ଆଲାମ୍‌, ସ୍ୱତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ, ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦେଶକ ଦିଲୀପ କୁମାର ସାହୁ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories