ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମନୋନୟନ କମିଟି ଗଠିତ
ଭୁବନେଶ୍ବର : ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ସ୍ବଳ୍ପଅବଧି ଲିଗାଲ୍ ଟ୍ରେନି ମନୋନୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ମନୋନୟନ କମିଟି ଗଠନ କରାଯାଇଛି । ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଯୁଗ୍ମ ସଚିବ ମୌସୁମୀ ନାୟକ ଆବାହକ ସଦସ୍ୟ ରହିଛନ୍ତି । ସେହିପରି ଅତିରିକ୍ତ ସଚିବ ଦେବୀଦତ୍ତ ମିଶ୍ର, ସହକାରୀ ନିର୍ଦେଶକ (ଆଇନ) ଦେବସ୍ମିତା ଆଚାର୍ଯ୍ୟ ଏବଂ ସ୍ନିଗ୍ଧା ପାଣିଗ୍ରାହୀ ଏଥିରେ ସଦସ୍ୟ ରହିଛନ୍ତି।
Comments are closed.