www.samajalive.in
Saturday, December 13, 2025
26.1 C
Bhubaneswar

ବାଂଲାଦେଶକୁ ପରାସ୍ତ କରିବା ଲକ୍ଷ୍ୟରେ ପାକିସ୍ତାନ

ଇଡେନ୍‌‌ ଗାର୍ଡେନ୍‌‌ସ : କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ମଙ୍ଗଳବାର ଇଡେନ୍‌‌ ଗାର୍ଡେନ୍‌‌ସରେ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେବ। ଏହି ମ୍ୟାଚ୍‌‌ରେ ବିଜୟୀ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୬ଟି ମ୍ୟାଚ୍‌‌ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳ ସମାନ ସଂଖ୍ୟକ ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛି। ସେମିଫାଇନାଲରେ ପ୍ରବେଶ ଆଶା ଉଜ୍ଜିବିତ ରଖିବାକୁ ପାକିସ୍ତାନକୁ ନିଜର ବାକି ଥିବା ସବୁ ମ୍ୟାଚ୍‌‌ ଜିତିବାକୁ ପଡ଼ିବ। ଏଥିସହ ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ପାକିସ୍ତାନର ସେମିଫାଇନାଲ ପ୍ରବେଶ ଆଶା ନିର୍ଭର କରୁଛି। ପାକିସ୍ତାନ ଦଳର ରନ୍‌‌ରେଟ୍‌‌ ଖରାପ ଥିବାରୁ ଏଥିରେ ମଧ୍ୟ ଉନ୍ନତି ଆଣିବାକୁ ପଡ଼ିବ। ପାକିସ୍ତାନ ଗତ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ୍‌‌ ବେଶ୍‌‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୧ ୱିକେଟ୍‌‌ରେ ବିଜୟୀ ହୋଇଥିଲା। ପାକିସ୍ତାନ ତରଫରୁ ଅଧିନାୟକ ବାବର ଆଜମ୍‌‌ ଓ ସୌଦ ସକିଲ୍‌‌ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ବାଂଲାଦେଶକୁ ପରାସ୍ତ କରିବାକୁ ହେଲେ ଏମାନଙ୍କ ବ୍ୟତୀତ ଦୁଇ ଓପନର୍‌‌ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ପାକିସ୍ତାନକୁ ବେଶୀ ଚିନ୍ତାରେ ପକାଇଛି ସ୍ପିନ ବିଭାଗ। ଦଳରେ ଥିବା ସ୍ପିନରମାନେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିବା ବେଳେ ଇଡେନ୍‌‌ ଗାର୍ଡେନ୍‌‌ସର ପିଚ୍‌‌ ସ୍ପିନରଙ୍କୁ ସହାୟତା ଯୋଗାଇବ ବୋଲି ଆଶା ରହିଛି। ଏପରି ହେଲେ ପାକିସ୍ତାନର ସ୍ପିନରଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଦ୍ରୁତ ବୋଲର ସାହିନ ଆଫ୍ରିଦଙ୍କ ଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ବାଂଲାଦେଶ ଗତ ମ୍ୟାଚ୍‌‌ରେ ନେଦରଲ୍ୟାଣ୍ଡ୍‌‌ସ ନିକଟରୁ ପରାସ୍ତ ହୋଇଛି। ବାଂଲାଦେଶ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ପାକିସ୍ତାନକୁ ପରାସ୍ତ କରିବାକୁ ହେଲେ ଓପନର୍‌‌ ଲିଟନ ଦାସ, ତନଜିମ୍‌‌ ହସନ, ମେହେଦି ହସନ, ଅଧିନାୟକ ସାକିବ ଅଲ୍‌‌ ହସନ ପ୍ରମୁଖଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ସେହିପରି ବାଂଲାଦେଶ ଦଳର ବୋଲରଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories