BJD Bijuli 480×75 Mob

ମଙ୍ଗଳବାର ରାଶିଫଳ ( ୩୧.୧୦.୨୦୨୩)

BJD Bijuli 480×75 Mob

ମେ​ଷ :​‌ ପ୍ରଥିତଯଶା ଓ ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମହାକ୍ରମୋ, ମହାକର୍ମା ଓ ମହାତେଜା ହୋଇପାରନ୍ତି। ବିଦେଶରେ ଥାଇବି ସ୍ବଦେଶ ସେବାରେ ନିଜକୁ ନିୟୋଜିତ କରିବେ।

ବୃଷ : ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରିପାରନ୍ତି। ସ୍ବାସ୍ଥ୍ୟ ଲାଗି ଆହାର ସୁଧାର ହେବ। ସୁଖୀ ରହିବେ।

ମିଥୁନ : ଆଶାକୁ ଜୀବନ ଆଧାର କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ କରିବାକୁ ହେଲେ କର୍ମଠ ହେବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଲୋକଙ୍କ ପ୍ରଶଂସାର ପାତ୍ର ହେବେ। ସମର୍ପିତ ଜୀବନଯାପନ କରିବେ।

କର୍କଟ : ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବାକ୍‌ ସଂଯମତା ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ସୁସ୍ଥ ଜୀବନ ବିତାଇବେ।

ସିଂହ : ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଆପଣଙ୍କ ସୃଜନଶୀଳତା ଅନୁଗାମୀ ଓ ଅନ୍ତେବାସୀମାନଙ୍କୁ ଦିଗ୍‌ଦର୍ଶନ ହେବ। ଜ୍ଞାନର ଆଲୋକ ବର୍ତ୍ତିକା ଦ୍ବାରା ଅମଡ଼ା ବାଟକୁ ଆଲୋକିତ କରିବେ।

କନ୍ୟା : ସ୍ବକର୍ମ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ପାରିବାରିକ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ସତ୍‌ ସହିତ ସୁସମ୍ପର୍କ ଯୋଡ଼ିଲେ ସତ୍‌ସଂଘର ସଫଳ ପ୍ରାପ୍ତ ହେବେ।

ତୁଳା : ଅବସ୍ଥାକୁ ଅନୁଧ୍ୟାନ କରି ବ୍ୟବସ୍ଥା କରିବାକୁ ପଡ଼ିବ। ସ୍ବାଭିମାନୀ ହୋଇପାରନ୍ତି। କଥାବାର୍ତ୍ତାରେ ବାଚାଳତା ଆପଣଙ୍କ ମହତକୁ ନିମ୍ନଗାମୀ କରିପାରେ। ଯୁଗ୍ମ ବ୍ୟବସାୟରେ ଲାଭପ୍ରଦ ହେବ।

ବିଛା :  ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜନକଲ୍ୟାଣରେ ବ୍ରତୀ ହୋଇଥିବାରୁ ସମ୍ମାନିତ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ସତ୍‌ପରାୟଣଯୁକ୍ତ ହେବେ।

ଧନୁ : ଭ୍ରାତୃତ୍ବର ନିବିଡ଼ ବନ୍ଧନ ଆପଣଙ୍କୁ ଏପରି ସହାୟତା ଦେବ ଯାହା ଫଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଦାନଧର୍ମ, ରାଜଧର୍ମ ଓ ଭାଗବତ ଧର୍ମକୁ ଗ୍ରହଣ କରିବେ।

ମକର : କର୍ମଫଳର ବିଧାନ ଅଟଳ ଓ ଅକାଟ୍ୟ। ଅନ୍ତଃକରଣକୁ ଶୁଦ୍ଧ ରଖନ୍ତୁ; ଦେଖିବେ ଜ୍ଞାନ ଚକ୍ଷୁ ଖୋଲିଯିବ। ରାଜଯୋଗ ଓ ଅତୁଳ ଧନସମ୍ପଦର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ଆତ୍ମାର ଅନୁଶୀଳନ କଲେ କୃତକର୍ମର ମହତ୍ବ ଉପଲବ୍ଧ ହେବ। ଶତ୍ରୁ ମୃତ୍ୟୁ ଅପେକ୍ଷା ପରାଜୟ ବରଣ କରିବାକୁ ଶ୍ରେୟ ମଣିବେ। ବିଲୁପ୍ତ ଭାଷା, ସାହିତ୍ୟକୁ ଉଦ୍ଧାର କରି ଚଳନ୍ତି ବିଶ୍ବକୋଷ ହୋଇପାରନ୍ତି।

ମୀନ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଧର୍ମ ଚିନ୍ତାମଣି ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଭକ୍ତି ଭାବରେ ଅନୁଗୃହୀତ ହୋଇପାରନ୍ତି। ବିଜୟ ଆଶା ଫଳବତୀ ହେବ।

Comments are closed.