www.samajalive.in
Monday, December 15, 2025
16.1 C
Bhubaneswar

ଦିଲ୍ଲୀରେ ଆପ୍‌ ସହ ମେଣ୍ଟ ନିଷ୍ପତ୍ତି ଭୁଲ୍‌ ଥିଲା: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ଓ କଂଗ୍ରେସ ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟ ଥିଲା ତାହା ଏବେ ଶତ୍ରୁତାରେ ପରିଣତ ହୋଇଛି। କାରଣ ଲୋକସଭା ନିର୍ବାଚନରେ ଆପ୍ ସହ ଯେଉଁ ମେଣ୍ଟ ହୋଇଥିଲା ତାହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବୁଧବାର କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି। ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ ଦୁଇ ଦଳ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଛି। ଏହା ପୂର୍ବରୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ସ୍ପଷ୍ଟ କରିସାରିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ। ଏବେ କଂଗ୍ରେସ ଖୋଲାଖୋଲି ଭାବେ କେଜରିୱାଲଙ୍କୁ ସମାଲୋଚନା କରିଛି। ବୁଧବାର କଂଗ୍ରେସ ‘ମୌକା ମୌକା, ହର ବାର୍‌ ଧୋକା’ ନାମରେ ଜାରି କରିଥିବା ଶ୍ବେତପତ୍ରରେ କେଜରିୱାଲଙ୍କୁ ଜଣେ ଧୋକାବାଜ୍ ବୋଲି ଦର୍ଶାଇଛି। ଜନଲୋକପାଳ ଆନ୍ଦୋଳନକୁ ଆଧାର କରି ଆପ୍ ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ମାତ୍ର ଦିଲ୍ଲୀ ସରକାର ଦୁର୍ନୀତି ନିରୋଧ ପାଇଁ ଲୋକପାଳ ଗଠନରେ ବିଫଳ ହୋଇଛନ୍ତି। ଅଜୟ ମାକେନ କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଯଦି ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଏ ତେବେ ଏହି ଶବ୍ଦ ହେଉଛି ‘ଫର୍ଜିୱାଲା’। କେଜରିୱାଲଙ୍କୁ ମାକେନ ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀରେ ଲୋକପାଳ ଗଠନରେ ଯଦି ଉପରାଜ୍ୟପାଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ତେବେ ପଞ୍ଜାବରେ ଆପ୍ ସରକାର ପାଇଁ ଏଥିରେ କିଏ ପ୍ରତିବନ୍ଧକ ସୃଷ୍ଟି କରୁଛି। ଜନଲୋକପାଳ ନାମରେ ୧୦ବର୍ଷ ହେଲା ଆପ୍ ସରକାର କ୍ଷମତାକୁ ଆସିଛି। ମାତ୍ର ଦଳ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଗଲାଣି। ମାକେନ କହିଛନ୍ତି ଦିଲ୍ଲୀବାସୀଙ୍କ ଦୁର୍ଦଶା ଓ କଂଗ୍ରେସ ଦଳ ଦିଲ୍ଲୀରେ ଦୁର୍ବଳ ହେବାର କାରଣ ହେଉଛି ଆପ୍‌କୁ ଆମର ସମର୍ଥନ। ୨୦୧୩ରେ ଆପ୍‌ର ୪୦ଦିନିଆ ସରକାରକୁ କଂଗ୍ରେସ ସମର୍ଥନ କରିଥିଲା। ଏହି ସମର୍ଥନ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହା ପରେ ଲୋକସଭା ନିର୍ବାଚନରେ ଆପ୍ ସହ ଯେଉଁ ମେଣ୍ଟ ହୋଇଥିଲା ତାହା ମଧ୍ୟ ବଡ ଭୁଲ୍‌ ଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ଏହାର ଦ୍ବିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଦ୍ବିତୀୟ ତାଲିକାରେ ଦଳ ୨୬ଜଣଙ୍କୁ ଟିକଟ ଦେଇଛି। ଆପ୍‌ର ଦୁଇ ପୂର୍ବତନ ବିଧାୟକ ଦେବିନ୍ଦର ଶେରାୱତ ଓ ଅସୀମ ଖାଁଙ୍କୁ ଦଳ ଟିକଟ ଦେଇଛି। ଡିସେମ୍ବର ୨୩ରେ ଉଭୟ କଂଗ୍ରେସରେ ଯୋଗ ଦେଇଥିଲେ। ଡିସେମ୍ବର ୧୨ରେ କଂଗ୍ରେସ ଏହାର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ପ୍ରଥମ ପର‌୍ୟ୍ୟାୟରେ ୨୧ଜଣଙ୍କୁ ଟିକଟ ଦିଆଯାଇଥିଲା। ଏହି ତାଲିକା ଅନୁଯାୟୀ କେଜରିୱାଲଙ୍କ ବିରୋଧରେ କଂଗ୍ରେସ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି। ସନ୍ଦୀପ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories