ପୁରୀ : ବଡ଼ଦିନ ଉପଲକ୍ଷେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସର୍ବବୃହତ ବାଲୁକା ସାନ୍ତାକ୍ଲଜ ପ୍ରସ୍ତୁତ କରିଛନ୍ତି । ଏହା ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ ପାଇବାର ଗୌରବ ଅର୍ଜନ କରିଛି। ୧୬ ହଜାର ବର୍ଗଫଟ ଅଞ୍ଚଳରେ ସମୁଦ୍ର ବାଲି ସମେତ ୫୫୦ କିଗ୍ରା ଚକୋଲେଟରେ ଏହି ‘ଚକୋଲେଟ୍ ସାନ୍ତାକ୍ଲଜ୍’ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସୁଦର୍ଶନଙ୍କୁ ଛଅ ଘଣ୍ଟା ଲାଗିଥିଲା। ଏହି ବାଲୁକା ମୂର୍ତ୍ତି ନିର୍ମାଣରେ ସୁଦର୍ଶନଙ୍କୁ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Popular Categories



