www.samajalive.in
Sunday, December 14, 2025
23.1 C
Bhubaneswar

୩୬ବର୍ଷ ପରେ ଭାରତରେ ଉପଲବ୍ଧ ‘ଦ ସାଟାନିକ ଭର୍ସେସ୍‌’

ନୂଆଦିଲ୍ଲୀ: ସଲମନ ରୁଶ୍‌ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍‌’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍‌ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି। ବହିର ମୂଲ୍ୟ ୧୯୯୯ ଟଙ୍କା। ପୁସ୍ତକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଦୋକାନ ମାଲିକ ରଜନୀ ମାଲହୋତ୍ରା କହିଛନ୍ତି। ୧୯୮୮ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଏହି ପୁସ୍ତକର ଆମଦାନୀ ଓ ବିକ୍ରିକୁ ନିଷିଦ୍ଧ କରିଥିଲେ। ମୁସଲମାନ ମୌଳବାଦୀଙ୍କ ପ୍ରତିବାଦ କାରଣରୁ ସରକାର ପୁସ୍ତକର ବିକ୍ରି ଉପରେ କଟକଣା ଲାଗୁ କରିଥିଲେ। ରୁଶ୍‌ଦିଙ୍କ ଏହି ପୁସ୍ତକକୁ ବିଶ୍ବର ମୁସଲମାନ ସଂଗଠନଗୁଡିକ ବିରୋଧ କରିଥିଲେ। ପୁସ୍ତକର ଆମଦାନୀ ଉପରେ ଲାଗୁ କଟକଣାକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା। ପିଟିସନର ଶୁଣାଣି ସମୟରେ କର୍ତ୍ତୃପକ୍ଷ ୧୯୮୮ରେ ଲାଗୁ ନିଷେଧାଦେଶ ସମ୍ପର୍କିତ ସରକାରୀ ବିଜ୍ଞପ୍ତି କିମ୍ବା ଏହାର ନକଲ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଫଳରେ ଅଦାଲତ ପୁସ୍ତକର ଆମଦାନୀ ଓ ବିକ୍ରିକୁ ଅନୁମତି ପ୍ରଦାନ କରିଥିଲେ। ନଭେମ୍ବର ୫ରେ ହାଇକୋର୍ଟ ବିଚାରପତି ରେଖା ପାଲ୍ଲି ଓ ସୌରଭ ବାନାର୍ଜୀ ଏହି ଅନୁମତି ପ୍ରଦାନ କରିଥିଲେ। ଭାରତ ଜନ୍ମିତ ବ୍ରିଟେନ ଔପନ୍ୟାସିକ ନିଜର ରାଜନୈତିକ ଓ ଧାର୍ମିକ ବିଶ୍ବାସକୁ ନେଇ ବିବାଦୀୟ ହୋଇପଡିଥିଲେ। ୧୯୪୭ ଜୁନ୍ ୧୯ରେ ସେ ମୁମ୍ବଇରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାମାତା କାଶ୍ମୀର ମୁସଲମାନ ଥିଲେ। ତାଙ୍କର ଭାରତୀୟ ନାଗରିକତ୍ବ ୧୯୬୪ରେ ରଦ୍ଦ କରାଯାଇଥିଲା। ଏବେ ତାଙ୍କ ପାଖରେ ଆମେରିକା ଓ ବ୍ରିଟେନର ନାଗରିକତ୍ବ ରହିଛି। ରୁଶ୍‌ଦି ୪ଥର ବିବାହ କରିଥିଲେ। ୨୦୨୨ ଅଗଷ୍ଟରେ ନ୍ୟୁୟର୍କର ଏକ କାର‌୍ୟ୍ୟକ୍ରମରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସେ ତାଙ୍କର ବାମ ଆଖି ହରାଇଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories