ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ କୁଣ୍ଡାବୁଟୁଲା ପଂଚାୟତର ଡୁମେରପଡା ଗ୍ରାମରେ ଚଢ଼ଉ କରାଯାଇ ୯୦୦ କେଜି ମହୁଲ ପୋଚ ଏବଂ ୮୫ ଲିଟର ଚୋରା ରନ୍ଧା ମଦ ଜବତ କରାଯାଇଥିବା ଜଣାପଡିଛି । କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଜୋସେଫ ୱାଳିଟିୟାର ନାଏକ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ଗୋବର୍ଦ୍ଧନ ରଣା, ଏଏସଆଇ ଅଲେଖ ପୁଟେଲ, କନେଷ୍ଟବଳ ପ୍ରଫୁଲ କୁମାର ବାଗ, ଆର୍ତ୍ତତ୍ରାଣ ବହିଦାର, ଡୋଲେଶ୍ଵର କୁମୁରା, ମମତା ବେହେରା, ଲଳିତା ଭୋଇ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ । ମହୁଲ ପୋଚ, ବିପୁଳ ମଦ ସାମଗ୍ରୀ, ଚୋରା ରନ୍ଧା ମଦ ଜବତ କରିବା ସହ ବାସୁଦେବ ବାରିକ(୫୮) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲେ ।
Popular Categories



