www.samajalive.in
Monday, December 15, 2025
24.1 C
Bhubaneswar

ମେଘାଳୟ କୋଇଲାଖଣି ପ୍ରସଙ୍ଗ: ୧୫ ଶ୍ରମିକଙ୍କୁ ଜୀବନ୍ତ ବା ମୃତ ଉଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ମେଘାଳୟର କୋଇଲା ଖଣି ଭିତରେ ଫସି ରହିଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର ନେଇ କରାଯାଉଥିବା ଉଦ୍ୟମ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଶ୍ରମିକଙ୍କୁ ଏଯାବତ୍‌ କାହିଁକି ଉଦ୍ଧାର କରାଯାଇପାରି ନାହିଁ ବୋଲି ବିଚାରପତି ଏ.କେ. ସିକ୍ରି ଏବଂ ବିଚାରପତି ଅବଦୁଲ ନଜୀରଙ୍କ ପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସମସ୍ତ ଶ୍ରମିକଙ୍କ ଜୀବନ ରକ୍ଷା ନେଇ ପ୍ରାର୍ଥନା କରିବା ସହତ ପୀଠ ସେମାନଙ୍କୁ ଜୀବନ୍ତ ଅଥବା ମୃତ ଯେକୗଣସି ଅବସ୍ଥାରେ ଉଦ୍ଧାର କରିବାକୁ ନିର୍ଦେଶ ଦେଇଛନ୍ତି। ଖଣି ଭିତରେ ଫଶି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରତ୍ୟେକ କ୍ଷଣ ବିପଦପୂର୍ଣ୍ଣ। ଏଣୁ ସେମାନଙ୍କୁ ଉଦ୍ଧାର ନିମନ୍ତେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ବନ୍ଧରେ ଶୁକ୍ରବାର କୋର୍ଟଙ୍କୁ ଅବଗତ କରିବାକୁ ସଲିସିଟର ଜେନେରାଲ ତୁଷାର ମେହତାଙ୍କ ପୀଠ କହିଛନ୍ତି। ଡିସେମ୍ବର ୧୩ରେ ପୂର୍ବ ଜୟନ୍ତିଆ ହିଲ୍ସ ଜିଲାର ଏହି ଖଣିରେ ନଦୀ ପାଣି ପସିଯିବାରୁ ଏହି ଶ୍ରମିକମାନେ ବାହାରକୁ ବାହାରି ପାରି ନ ଥିଲେ। ତିନି ସପ୍ତାହ ପରେ ମଧ୍ୟ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ତୁରନ୍ତ ସେମାନଙ୍କୁ ଉଦ୍ଧାର ଲାଗି ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବାକୁ ଆଦିତ୍ୟ ଏନ୍‌. ପ୍ରସାଦ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଭିଜ୍ଞ ଭାରତୀୟ ସେନାକୁ ନିୟୋଜିତ କରିବା ଉଚିତ ବୋଲି ସେ ଦର୍ଶାଇଛନ୍ତି। ଶ୍ରମିକମାନଙ୍କୁ ଉଦ୍ଧାର ଲାଗି ଡିସେମ୍ବର ୧୪ରୁ ୭୨ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୋର୍ଡ, ୧୪ ନୌସେନା ଅଧିକାରୀ, ଓଡ଼ିଶାର ୨୦ ଜଣିଆ ଉଦ୍ଧାରକାରୀ ଦଳ ଏବଂ କୋଲ ଇଣ୍ଡିଆ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଥିବା ବେଳେ କେନ୍ଦ୍ର ସରକାର ଯଥାସମ୍ଭବ ସହଯୋଗ ଯୋଗାଇ ଦେଇଛନ୍ତି ବୋଲି ଗୁରୁବାର ପ୍ରସାଦଙ୍କ ଆବେଦନ ଉପରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ମାତ୍ର ଏହି ଉଦ୍ୟମ ପର୍ଯ୍ୟନ୍ତ ନୁହେଁ ଦର୍ଶାଇ ପୀଠ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ଖଣି ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର ଲାଗି ସଂଚାଳନ ପ୍ରକ୍ରିୟା ମାନକ (ଏସ୍‌ଓପି) ପ୍ରସ୍ତୁତି ନିମନ୍ତେ କେନ୍ଦ୍ର ତଥା ଅନ୍ୟ ଅଧିକାରୀମାନଙ୍କୁ ନିର୍ଦେଶ ଦେବା ଲାଗି ପ୍ରସାଦ ନିବେଦନ କରିଛନ୍ତି। ଏହା ଉପରେ ବିଚାର କରି ପୀଠ କେନ୍ଦ୍ର ସରକାରଙ୍କର ଜଣେ ଆଇନ ଅଧିକାରୀଙ୍କୁ ଡକାଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories