ଫୁଲବାଣୀ: କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀଠାରେ ଆଜି ଅଲ୍ ଓଡ଼ିଶା ପେନସନର୍ସ କନ୍ଧମାଳ ଶାଖା ପକ୍ଷରୁ ୫ ଦଫା ଦାବି ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫୁଲବାଣୀ ବସଷ୍ଟାଣ୍ଡ ନିକଟରୁ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ସେଠାରେ ଦାବିପତ୍ର ପ୍ରଦାନ କରିଥିଲେ। ସଂଗଠନ ସଂପାଦକ ପ୍ରମୋଦ କୁମାର ଭୂୟାଁଙ୍କ ନେତୃତ୍ୱରେ କେଦାର ପାତ୍ର, ରଘୁନାଥ ରାଏ, ପୁରସ୍ତମ ନାୟକ, ପ୍ରଶାନ୍ତ କୁମାର ସାହୁ, ଉପେନ୍ଦ୍ର ପୃଷ୍ଟି, ପ୍ରଫୁଲ କୁମାର ଦଳବେହେରା, ବିଜୟ କୁମାର ସାହୁ, ମିନ କେତନ ସ୍ୱାଇଁ ଓ ନାରଦ ଭାଇ ପ୍ରମୁଖ ଏଥିରେ ସାମିଲ୍ ହୋଇଥିଲେ।
Popular Categories



