www.samajalive.in
Monday, December 15, 2025
24.1 C
Bhubaneswar

ଜୋ ରୁଟ୍‌ଙ୍କ ଦ୍ବିଶତକ, ୨ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮

ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ମଜଭୁତ ସ୍ଥିତିରେ ରହିଛି। ଅଧିନାୟକ ଜୋ ରୁଟ୍‌ଙ୍କ ଦମଦାର ଦ୍ବିଶତକ ବଳଦରେ ଇଂଲଣ୍ଡ ଟିମ୍‌ ୨ୟ ଦିନ ଖେଳ ଶେଷ ସୁଦ୍ଧା ୮ ଉଇକେଟ୍‌ ବିନିମୟରେ ୫୫୫ ରନ୍‌ ସଂଗ୍ରହ କରିନେଇଛି। ଡୋମିନିକ ବେସ୍‌ (୨୮) ଏବଂ ଜୋଫ୍ରା ଆର୍ଚର (୦) ଅପରାଜିତ ରହିଛନ୍ତି।

ଭ୍ରମଣକାରୀ ଦଳ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭରୁ ଦଳ ଭଲ ଆରମ୍ଭ କରିଥିଲା। ଦଳ ୬୩ ରନରେ ୨ଟି ଉଇକେଟ୍‌ ହରାଇଥିଲା। ମାତ୍ର ଏହା ପରଠାରୁ ଅଧିନାୟକ ଜୋ ରୁଟ୍‌ ଏବଂ ଡୋମିନିକ ସିବ୍‌ଲୀ ଦଳକୁ ସମ୍ଭାଳିବା ସହିତ ୨୦୦ ରନ୍‌ର ବିରାଟ ଭାଗିଦାରି କରିଥିଲେ। ପରେ ସିଲ୍‌ବୀ ୮୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ।

- Advertisement -

ଏହା ପରେ ରୁଟ୍‌ ବେନ୍‌ ଷ୍ଟୋକ୍‌ସଙ୍କ ସହିତ ମିଶି ୧୨୪ ରନ୍‌ର ଭାଗିଦାରି ଯୋଡ଼ିଥିଲେ। ଷ୍ଟୋକ୍‌ସ ୮୨ ରନ୍‌ର ଇନିଂସ ଖେଳିଥିଲେ। ଦଳର ସ୍କୋର ୪୭୭ ହୋଇଥିବାବେଳେ ରୁଟ୍‌ ୬ ଉଇକେଟ୍‌ ଭାବେ ୨୧୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ଘରୋଇ ଟିମ୍‌ ନିଜ ମାଟିରେ ଭ୍ରମଣକାରୀ ଦଳକୁ ବଡ଼ ସ୍କୋର କରିବାରୁ ଅଟକାଇବାରେ ବିଫଳ ହୋଇଥିଲା। ଟିମ୍‌ ଇଣ୍ଡିଆର ବୋଲରଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭଲ ଭାବେ ସାମ୍ନା କରିଥିଲେ। ଭାରତ ପକ୍ଷରୁ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ବିନ, ଶାହବାଜ ନଦୀମ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories