mission shakti banner

ବନ୍ଦ ହେବ ୨୦୦ ଇଞ୍ଜିନିୟରିଂ କଲେଜ୍‌

nua o banner
0

ନୂଆଦିଲ୍ଲୀ, ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୨୦୦ ଇଞ୍ଜିନିୟରିଂ କଲେଜ୍‌ ବନ୍ଦ ହେବ । ଶିକ୍ଷାଦାନରେ ଗୁଣାତ୍ମକ ମାନ ହ୍ରାସ ଓ ସିଟ୍‌ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏହି ନିଷ୍ପତ୍ତି ନେଇଛି । ୨୦୦ ଇଞ୍ଜିନିୟରିଂ କଲେଜ୍‌ ବନ୍ଦ ହେଲେ ଦେଶରୁ ଆଉ ୮୦ ହଜାର ସିଟ୍‌ ହ୍ରାସ ପାଇବ । ଗତ ଚାରିବର୍ଷ ଭିତରେ ପ୍ରାୟ ୩ ଲକ୍ଷ ୧୦ ହଜାର ଇଞ୍ଜିନିୟରିଂ ସିଟ୍‌ ହ୍ରାସ ପାଇଥିବା ବେଳେ ୨୦୧୨-୧୩ରୁ ଦେଶର ଇଞ୍ଜିନିୟରିଂ ସିଟ୍‌ ସଂଖ୍ୟାରେ ପ୍ରାୟ ୧.୮୬ ଲକ୍ଷ ହ୍ରାସ ଘଟିଛି । ବନ୍ଦ ହେବାକୁ ଥିବା ଏହି କଲେଜ୍‌ଗୁଡ଼ିକ ଚଳିତବର୍ଷଠାରୁ ଆଉ ନୂଆ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇପାରିବେ ନାହିଁ । ଏବେ ସେଠାରେ ଯେଉଁମାନେ ପଢ଼ୁଛନ୍ତି ସେମାନଙ୍କର ପାଠ୍ୟକ୍ରମ ସମାପ୍ତ ହେବା ପରେ ଉକ୍ତ କଲେଜ୍‌ଗୁଡ଼ିକୁ ବିଧିବଦ୍ଧ ଭାବେ ବନ୍ଦ ଘୋଷଣା କରାଯିବ ।

Leave A Reply