www.samajalive.in
Monday, December 15, 2025
24.1 C
Bhubaneswar

ରୁଟ୍‌ଙ୍କ ଶତକ ; ଇଂଲଣ୍ଡ ୨୭ରନରେ ଆଗୁଆ

ଲଣ୍ଡନ୍‌ : ଚଳିତ ୨ୟ ଟେଷ୍ଟମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍‌ କରିବା ପରେ ମ୍ୟାଚ୍‌ ନିଜ ଅଧୀନକୁ ନେଇ ଯାଇଛି ବୋଲି କ୍ରିକେଟ୍‌ ବିଶେଷଜ୍ଞ ଧରି ନେଇଥିଲ। ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କ୍ରମାଗତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଶତକ ଅର୍ଜନ କରି ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । ବ୍ୟାଟିଂ ବିଭାଗରେ ଦୁର୍ବଳ ମନେ କରା ଯାଉଥିବା ଇଂଲଣ୍ଡ ଦଳ ଭାରତକୁ ଦୃଢ଼ ଜବାବ ଦେଇ ପ୍ରଥମ ଇନିଂସରେ ୨୭ ରନରେ  ଆଗୁଆ ହୋଇପାରିଛି; ଯାହା  ରୁଟ୍‌ଙ୍କ ଶତକ ଯୋଗୁଁ ସମ୍ଭବ ହୋଇଛି । ଶନିବାର ମ୍ୟାଚ୍‌ର ୩ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍‌କରି ସମସ୍ତ ୱିକେଟ ହରାଇଛି। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୭ ରନ୍ ଆଗରେ ରହିଛି।
୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୧୧୯ ରନ୍‌ କରିଥିଲା। ୩ୟ ଦିନରେ ଜୋ ରୁଟ୍ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦଳର ସ୍କୋର୍ ୨୩ ରନ୍ ଥିବା ବେଳେ ରୁଟ୍‌ କ୍ରିଜ୍‌କୁ ଆସିଥିଲେ ଏବଂ ମାରାଥନ୍ ଇନିଂସ ଖେଳି ପ୍ରତିପକ୍ଷକୁ ଦୃଢ଼ ଜବାବ ଦେଇଥିଲେ। ୩ୟ ଦିନ ପ୍ରାରମ୍ଭରୁ ନିୟମିତ ୱିକେଟ ନେଇ ଇଂଲଣ୍ଡକୁ ଚାପରେ ପକାଇବା ଭାରତୀୟ ଦଳର ଯୋଜନା ଥିଲା। ତେବେ ଭାରତର ଏହି ଯୋଜନାକୁ ପଣ୍ଡ କରିଥିଲେ ଅଧିନାୟକ ଜୋ ରୁଟ୍ ଓ ଜନି ବେୟାରଷ୍ଟୋ। ଦୁହେଁ କେବଳ ପ୍ରଥମ ଅଧିବେଶନରେ ଆଉଟ୍‌ ହୋଇନଥିଲେ; ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳି ଏହି ୨ ଘଣ୍ଟାରେ ୯୭ ରନ୍ ଯୋଡ଼ିଥିଲେ। ୪ର୍ଥ ୱିକେଟ ପାଇଁ ରୁଟ୍‌ଙ୍କ ସହ ୧୨୧ ରନ୍ ଯୋଡ଼ିବା ପ​​‌ରେ‌ ବେୟାରଷ୍ଟୋ ଆଉଟ ହୋଇଥିଲେ। ୧୦୭ ବଲ୍‌ରୁ ୭ଟି ଚୌକା ସହ ବେୟାରଷ୍ଟୋ ୫୭ ରନ୍‌ କରିଥିଲେ। ପରେ ଜୋସ୍‌ ବଟ୍‌ଲର ଆସି ୫ମ ୱିକେଟ ପାଇଁ ରୁଟ୍‌ଙ୍କ ସହ ୫୪ ରନ୍ ଯୋଡ଼ିଥିଲେ। ବଟ୍‌ଲର ୪ଟି ଚୌକା ସହ ୨୩ ରନ୍‌କରି ଈଶାନ୍ତ ଶର୍ମାଙ୍କ ଇନ୍‌ସ୍ବିଙ୍ଗରରେ ବୋଲ୍‌ଡ ହୋଇଥିଲେ। ମୋଇନ୍ ଅଲୀ ମଧ୍ୟ କିଛି ଭଲ ସଟ୍‌ ଖେଳିଥିଲେ। ୬ଷ୍ଠ ୱିକେଟ ପାଇଁ ମୋଇନ୍ ଓ ରୁଟ୍‌ ୫୮ ରନ୍ ଯୋଗ କରିଥିଲେ। ବାମହାତି ମୋଇନ୍ ୪ଟି ଚୌକା ସହ ୨୭ ରନ୍ କରିଥିଲେ। ୩୪୧ ରନ୍‌ରେ ଇଂଲଣ୍ଡ ୫ଟି ୱିକେଟ ହରାଇଥିବା ବେଳେ ଏହାପରେ ଅଳ୍ପ ବ୍ୟବଧାନରେ ୱିକେଟ ପଡ଼ିଥିଲା। ସାମ୍ କରନ୍ ପ୍ରଥମ ବଲ୍‌ରେ ଆଉଟ ହୋଇଥିବା ବେଳେ ଓଲି ରବିନ୍‌ସନ ୬ ରନ୍‌କରି ଆଉଟ ହୋଇଥିଲେ । ଭାରତ ବିପକ୍ଷରେ ୭ମ ଟେଷ୍ଟ ଶତକ ହାସଲ କରିଥିବା ଜୋ ରୁଟ୍‌ଙ୍କର ଏହା ୨୨ତମ ଟେଷ୍ଟ ଶତକ । ପୁଣି ଏହି ଇନିଂସରେ ରୁଟ୍‌ ୯୦୦୦ ଟେଷ୍ଟ ରନ୍ ମଧ୍ୟ ପୂରଣ କରିଥିଲେ ।  ରୁଟ୍‌ ୩୨୧ ବଲ୍‌ ଖେଳି ୧୮ଟି ଚୌକା ସହ ୧୮୦  ରନ୍‌ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ୍ ୪ଟି ଓ ଈଶାନ୍ତ ଶର୍ମା ୩ଟି ୱିକେଟ ନେଇଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories