ନୂଆଦିଲ୍ଲୀ/ଭୁବନେଶ୍ବର : ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ବୀରତ୍ବ, ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ପୁଲିସ କର୍ମଚାରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ପଦକ କେନ୍ଦ୍ର ଗୃହବ୍ୟାପାର ମନ୍ତ୍ରାଳୟ ତରଫରୁ ଘୋଷଣା କରାଯାଇଛି। ସାରା ଦେଶରେ ୧୩୮୦ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜ୍ୟର ୮୦ ଜଣଙ୍କୁ ପଦକ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ପୁଲିସ ପଦକ(ସାହସକିତା) ପାଇଁ ୬୭ ଜଣ, ବିଶିଷ୍ଟ ପୁଲିସ ସେବା ପଦକରେ ଦୁଇ ଜଣ ଓ ଉତ୍କୃଷ୍ଟ ସେବା ପଦକ ତାଲିକାରେ ନଅ ଜଣ ସ୍ଥାନ ପାଇଛନ୍ତି ।
ପୁଲିସ ସେବା ପଦକ(ସାହସିକତା) ଲାଗି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ସାହୁ, ଡେପୁଟି ସୁବେଦାର ରମାକାନ୍ତ ଭୋଇ, ଶାଶ୍ୱତ କୁମାର ବେହେରା ଓ ଦେବ ପ୍ରସାଦ ମହାନ୍ତି, ସବଇନିସପେକ୍ଟର ଗୁରୁଦେବ କର୍ମୀ, ଅମରେଶ ଚନ୍ଦ୍ର ନରେନ୍ଦ୍ର, ସୁନିଲ କୁମାର ଭୋଇ, ସନ୍ତୋଷ କୁମାର ନାୟକ ଓ ପ୍ରଭଞ୍ଜନ ପତି, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କେଶବ ଶିଶା, ସଚିନ୍ଦ୍ର ଲାକ୍ରା, ତାପା ସାଗର, ଶତୃଘ୍ନ ଧାରୁଆ, ଗାଗାରିନ ଦଳେଇ, ଭକ୍ତପ୍ରିୟ ସାହୁ, ପ୍ରଦୀପ କୁମାର ପରିଡ଼ା, କୁମାର ଥାପା, ଶ୍ରୀଧୋଜ ଅଧିକାରୀ, ଜି କୁଶ ବେହେରା, ଟୁକୁନା ବିଶୋଇ, କମାଣ୍ଡୋ ସମିର ଲାମା, ଅରବିନ୍ଦ ସାହୁ, ସୁଶାନ୍ତ ବାର୍ଲା, ରାଜେଶ ବେହେରା, ପଦ୍ମନ ନାୟକ, ଶୁଭ୍ରାଶୁଂ ଭୂଷଣ ସାହୁ, ଭକ୍ତରାମ ଦାନ୍ତୁନ, ପ୍ରେମଚାନ୍ଦ ଷଣ୍ଢ, ରମାକାନ୍ତ ମାଝୀ, ବଳରାମ ଭତ୍ରା, ଦେବଧାଙ୍ଗଡ଼ା ମାଝୀ, ସୁଶାନ୍ତ ମହାନନ୍ଦିଆ, ଟିକଚାନ କାଟା, ବମାଲି ବିଜୁଲି ରେଡ୍ଡି, ନାରାୟଣ ନାୟକ, ଶ୍ରୀକାନ୍ତ ବାରା, ବନ୍ଧୁ ମାଢ଼ୀ, ସତ୍ୟପ୍ରକାଶ ବେହେରା, ସୌମ୍ୟରଞ୍ଜନ ସିଂହ, ଗରିଧାରୀ ମହାଳିକ, ପଦ୍ମନାଭ ରାୟ, ଅଜୟ ବେହେରା, କାର୍ତ୍ତିକ ଗୋଲପେଡ଼ା, ଛୁଳାରାମ ଶବର, ପ୍ରଦୀପ୍ତ କୁମାର ବାରିକ, ଗୁରୁଦେବ ପାରେଖ, ଲୟ ପୋଢ଼, ବୁଲୁ ମନଡାଙ୍ଗୀ, ଉଦ୍ଧବ ଚରଣ ଚମ୍ପିଆ ଓ ସୁନିଲ କୁମାର ଭୁୟାଁ, କନେଷ୍ଟବଳ ସର୍ବଶ୍ରୀ ପ୍ରସନ୍ନ କୁମାର ମାଝୀ, କେଶବ ଧରୁଆ, ପ୍ରମୋଦ କୁମାର ମୁଣ୍ଡା, ମନୋଜ କୁମାର ନାଏକ, ସୁବଳ ଦିଗଲ, ମିଥୁନ ପ୍ରଧାନ, ଗୌତମ ତରାଇ, ରାଜେଶ ରଣା, ଲକ୍ଷ୍ମଣ ପ୍ରଧାନୀ, ପ୍ରମୋଦ ବାର୍ଲା, ଖୁପୁରାଜ ଦହଲ, ଗୌରବ ଭୋଇ, ଅରୁପ ସା, ଭବାନୀ ଶଙ୍କର ସା, କୌଶିକ ମାଝୀ ଓ କିଶୋର ନାଏକ ଅଛନ୍ତି।
ବିଶିଷ୍ଟ ପୁଲିସ ସେବା ପଦକ ଲାଗି ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନସ କନେଷ୍ଟବଳ ଭାବଗ୍ରାହୀ ତିପାଠୀଙ୍କ ନାମ ଘୋଷଣା ହୋଇଛି। ଉତ୍କୃଷ୍ଟ ପୁଲିସ ସେବା ପଦକ ଲାଗି କେନ୍ଦ୍ରୀୟ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଉପଦୁର୍ଗପତି (ଡେପୁଟି କମାଣ୍ଡାଣ୍ଟ) ଅଶୋକ କୁମାର ସାହୁ, କଟକର ଆସିଷ୍ଟାଣ୍ଟ କମିଶନର ଅମରେନ୍ଦ୍ର ପଣ୍ଡା, ବରଗଡ଼଼ ଡିଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁର ଡିଏସପି ତପନ କୁମାର ସାହୁ, ଭିଜିଲାନସ ଡିଏସପି ସତ୍ୟ ମହାନନ୍ଦ, ସବ୍ଇନିସପେକ୍ଟର ସୁକାନ୍ତ କୁମାର ମହାନ୍ତି ଓ କନେଷ୍ଟବଳ ଶେଖ ଅବିରଙ୍କୁ ତାଲିକାରେ ସ୍ଥାନ ମିଳିଛି।
କାରାଗାର ତ୍ରୁଟି ସୁଧାରକ ପଦ ତାଲିକାରେ ଉତ୍କୃଷ୍ଟ ସେବା ନିମନ୍ତେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଜେଲର ବିକାଶ କୁମାର ସାହୁ, ଆସିଷ୍ଟାଣ୍ଟ ଜେଲର ରାମଚନ୍ଦ୍ର ସାହୁ ଓ ସବ୍ଆସିଷ୍ଟାଣ୍ଟ ଜେଲର ଇନ୍ଦ୍ରଜିତ ରାଉତ। ଗୃହରକ୍ଷୀ ଓ ବେସାମରିକ ସେବା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ଲାଗି ଓଡ଼ିଶାରୁ ନଅ ଜଣଙ୍କୁ ସେବା ପଦକ ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଗୃହରକ୍ଷୀ କମାଣ୍ଡର ଲକ୍ଷ୍ମଣ କାଲୋ, ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ନିର୍ମଳ କୁମାର ଦାସ, ଗୃହରକ୍ଷୀ ମଧୂସୁଦନ ପଣ୍ଡା, ଆନନ୍ଦମଣି ତୁଟି ଓ ନିରାକାର ପଲେଇ ଏବଂ ବେସାମରିକ ସ୍ୱେଚ୍ଛାସେବୀ ସମରେଶ ସାମଲ ଓ ଭିକାରୀ ଚରଣ ସାହୁଙ୍କୁ ସେବା ପଦକ ତାଲିକାରେ ସ୍ଥାନ ମିଳିଛି।
ରାଷ୍ଟ୍ରପତି ବିଶିଷ୍ଟ ପଦକ ପାଇଁ ଦୁଇ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସ୍ବତନ୍ତ୍ର ଗୁଇନ୍ଦା ଶାଖାର ଉପଅଧୀକ୍ଷକ ଉମାଶଙ୍କର ପଣ୍ଡା ଓ ଦୁର୍ନୀତି ନିବାରଣ ବିଭାଗର କନଷ୍ଟେବଳ ଭାଗୀରଥି ତ୍ରିପାଠୀ ମନୋନୀତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ଉପଅଗ୍ନିଶମ ଅଧିକାରୀ ସତ୍ୟପୀର ବେହେରା, ହାବିଲଦାର ମେଜର ରୁପାଇ ଚରଣ ମାଝି ମନୋନୀତ ହୋଇଥିବା ବେଳେ ସାହସିକତା ପାଇଁ ଆଗ୍ନିକ ଜୟନ୍ତ କୁମାର ନାୟକ, ଅକ୍ଷୟ ବେହେରା, କାହ୍ନୁ ଶ୍ରୀଚନ୍ଦନ ପରିଡ଼ା ଓ ତପନ କୁମାର ବେହେରା ମନୋନୀତ ହୋଇଛନ୍ତି।



