ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୨ ନମ୍ବର ୱାର୍ଡ଼ସ୍ଥିତ ଚାଟେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସରିଫା ବେଗମଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆରସିସି ପୂର୍ଣ୍ଣଚନ୍ଦ୍ର ସେଠୀ, ଶିକ୍ଷାବିତ୍ ଧରଣୀଧର ମହାରଣା, ସମାଜସେବୀ ଧୀରଞ୍ଜନ ସିଂହ, ବିମଳ ବେଉରା, ରେସମା ବିବି ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ପିଲାମାନଙ୍କୁ ନୂତନ ସ୍କୁଲ ୟୁନିଫର୍ମ, ଜୋତା, ମୋଜା ଆଦି ବଣ୍ଟନ କରିଥିଲେ । ଶିକ୍ଷୟତ୍ରୀ ରୀତା ମାଝୀ, ତପସ୍ୱିନୀ ମହାପାତ୍ର, ବିଦ୍ୟଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାବୃନ୍ଦ ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Popular Categories



