www.samajalive.in
Sunday, December 14, 2025
19.1 C
Bhubaneswar

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୨୫ହଜାର ସିଟ୍‍ ଖାଲି

ଭୁବନେଶ୍ୱର : ରାଜ୍ୟର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଶେଷ ହୋଇଛି ଏବଂ ବିଭିନ୍ନ କଲେଜରେ ପ୍ରାୟ ୨୫ହଜାର ସିଟ୍‍ ଖାଲି ପଡିଛି ବୋଲି ଓଜେଇ ଅଧ୍ୟକ୍ଷ ସୁଦୀପ୍‍ କୁମାର ଚାନ୍ଦ କହିଛନ୍ତି।
ଓଜେଇ ସେକ୍ରେଟାରି ରଞ୍ଜନ କୁମାର ଜେନା କହିଛନ୍ତି ଯେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୭୬୦୦ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩୫୦୦ଜଣ ନାମ ଲେଖାଇଥିଲେ। ସେହିପରି ଦ୍ୱିତୀୟ ଓଜେଇ ପରେ ପ୍ରାୟ ୪୫୦୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି।
ଦେଶରେ ପ୍ରାୟ ୩୫୦୦ ଇଞ୍ଜିନିୟରିଂ କଲେଜରେ ୩୭ଲକ୍ଷ ସିଟ୍‍ ରହିଛି। ସେଥିମଧ୍ୟରୁ ପ୍ରାୟ ୧୨ଲକ୍ଷ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଉଛନ୍ତି ଏବଂ ୨୫ଲକ୍ଷ ସିଟ୍‍ ବଳକା ରହୁଛି। ସେହିପରି ରାଜ୍ୟରେ ମୋଟ୯୬ଟି ଇଞ୍ଜିନିୟରିଂ କଲେଜରେ ପ୍ରାୟ ୪୩୦୦୦ସିଟ୍‍ ରହିଛି ଏବଂ ଏଠାରେ ସବୁ ବର୍ଷ ପ୍ରାୟ ୧୫ହଜାର ସିଟ୍‍ ପୂରଣ ହେଉଛି ଏବଂ ପାଖାପାଖି ୨୭୦୦୦ସିଟ୍‍ ଖାଲି ପଡୁଛି। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଆଗ୍ରହ ହ୍ରାସ ପାଇବାରେ ଲାଗିଛି।
ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ଲକ୍ଷ୍ୟ କରାଯାଉଛି। କିଛି ବର୍ଷ ତଳେ ଏହି ପାଠ ପ୍ରତି ବେଶ୍‍ ଆକର୍ଷଣ ଥିଲା। ଏପରିକି ସିଟ୍‍ ପାଇବା ପାଇଁ ପ୍ରତିଯୋଗିତା ଲକ୍ଷ୍ୟ କରାଯାଉଥିଲା। ଏବେ ସମୟ ବଦଳି ଯାଇଛି। ବର୍ଷକୁ ବର୍ଷ ନାମଲେଖା ହାର କମୁଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବା ପରେ ପୂର୍ବପରି ନିଯୁକ୍ତି ସୁଯୋଗ ମିଳୁନାହିଁ। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ସଫଳତା ହାସଲ କରିପାରୁନାହାନ୍ତି। ଏଥିପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇପାରୁ ନାହିଁ। ସେହିପରି ଜାତୀୟସ୍ତରରେ ନିଜକୁ ଉପସ୍ଥାପନ କରିବା ଲାଗି ସେମାନଙ୍କ ଇଂରାଜୀ ଭାଷାରେ ଉପସ୍ଥାପନ କରିବା ଲଗି ଦକ୍ଷତା ଅଭାବ ରହୁଛି। ଦଳଗତ ଆଲୋଚନାରେ ସେମାନେ ବିଶେଷ ପାରଦର୍ଶିତା ଦେଖାଇ ପାରୁନାହାନ୍ତି। ଫଳରେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଛି। ତେଣୁ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପରିବର୍ତ୍ତେ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମ ପଢ଼ିବାରେ ରୁଚି ରଖୁଛନ୍ତି ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍‍ ଖାଲିପଡୁଥିବା ଜଣାପଡ଼ିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories