www.samajalive.in
Friday, December 12, 2025
14.1 C
Bhubaneswar

ଅକ୍ଟୋବର ୨୩ରେ ଏନଆରଟିଏସ ପରୀକ୍ଷା, ଆସିଲା ଆଡମିଟ କାର୍ଡ

ଡେସ୍କ: ବିଦ୍ୟାଳୟ ସ୍ଥରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଭା ଚୟନ ଉଦ୍ଦେଶ୍ୟରେ ଚଳିତ ମାସ ୨୩ରେ ସାରା ରାଜ୍ୟରେ ଜାତୀୟ ଗ୍ରାମୀଣ ପ୍ରତିଭା ବୃତ୍ତି (ଏନଆରଟିଏସ) ପରୀକ୍ଷା, ୨୦୨୪ ଅନୁଷ୍ଠିତ ହେବ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ୫୩ ହଜାର ୬୯୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ରାଜ୍ୟର ୩୩୪ଟି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ।

ଜାତୀୟ ଗ୍ରାମୀଣ ପ୍ରତିଭା ବୃତ୍ତି (ଏନଆରଟିଏସ) ପରୀକ୍ଷା, ୨୦୨୪ ପରୀକ୍ଷା ନିମନ୍ତେ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) bseodisha.ac.in ୱେବସାଇଟରେ ଉପଲବ୍ଧ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଏହି ସୂଚନା ଦେଇଛନ୍ତି। ଅନୁଷ୍ଠାନର ମୁଖ୍ୟ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ ଏବଂ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ ପ୍ରାର୍ଥୀମାନଙ୍କୁ ଜାରି କରିବେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories