www.samajalive.in
Friday, December 12, 2025
26.1 C
Bhubaneswar

ପୁଲିସ କନେଷ୍ଟବଳଙ୍କ ବାଇକ ଧକ୍କାରେ ଜଣେ ମୃତ

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ଆଜି ପୂର୍ବାହ୍ନ ୮ଟା ପରେ ପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ମୃତକ ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଦୁବେଇପେଣ୍ଠ ଗାଁର ଜଗବନ୍ଧୁ ମହାରଣା ବୋଲି ଜଣାପଡିଛି।‌ ଆହତ ଦ୍ବୟ କେନ୍ଦୁଝର ଜିଲା ମୁଖ୍ୟାଳୟରେ ୧୦ ଦିନ ହେଲା ଅବସ୍ଥାପିତ ଥିବା ତୁରୁମୁଙ୍ଗା ଥାନା କର୍ମଚାରୀ ବିଶ୍ବରଂଜନ ଭଞ୍ଜଦେଓ ଓ ବଲାଣି ଥାନା କର୍ମଚାରୀ ପୁରୁଷୋତ୍ତମ ମହାନ୍ତ ବୋଲି ଜଣାପଡିଛି।

ସୂଚନା ମୁତାବକ ଜଗବନ୍ଧୁ ମହାରଣା, ତାଙ୍କ ସ୍ତ୍ରୀ ଖଇର ମହାରଣା ଓ ଝିଅ ସୁନି ମହାରଣା  ଉଦୟପୁରରୁ ଏକ ବସ ଯୋଗେ ଆସି ବାଉଁଶୁଳି ଛକରେ ଛିଡ଼ା ହୋଇଥିବା ସମୟରେ ତୁରୁମୁଙ୍ଗାରୁ କେନ୍ଦୁଝର ଅଭିମୁଖେ ବୁଲେଟ ଯୋଗେ ଯାଉଥିବା ଉପରୋକ୍ତ ଦୁଇ ପୁଲିସ କର୍ମଚାରୀଙ୍କ ବୁଲେଟ ଜଗବନ୍ଧୁଙ୍କୁ ଧକ୍କା ଦେବା ସହ କିଛି ଦୂରକୁ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ତାଙ୍କର ଦୁଇ ଗୋଡ଼ ଓ ଗୋଟିଏ ହାତ ଭାଙ୍ଗିଯିବା ସହ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ଏନେଇ ମୃତକ ମହାରଣାଙ୍କ ପୁଅ ଲୋହିତ ମହାରଣାଙ୍କ ଏତଲା କ୍ରମେ ତୁରୁମୁଙ୍ଗା ପୁଲିସ ୨୮୮/୨୦୨୪ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ତୁରୁମୁଙ୍ଗା ପୁଲିସ କେନ୍ଦୁଝରରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ପକ୍ଷରେ ଦୁର୍ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା । ସୂଚନାଯୋଗ୍ୟ ଯେ ନିଶା ପାନ ଅଭିଯୋଗ ଥିବା ବିଭିନ୍ନ ଥାନାର କର୍ମଚାରୀଙ୍କୁ ଗତ ୧୦ ଦିନ ପୂର୍ବରୁ ଜିଲା ଏସପି କେନ୍ଦୁଝର ଜିଲା ମୁଖ୍ୟାଳୟକୁ ନିଆଯାଇଥିବାବେଳେ ଆଜି ଦୁର୍ଘଟଣା ଘଟାଇଥିବା ୨ ପୁଲିସ କର୍ମଚାରୀ ମଧ୍ୟ କେନ୍ଦୁଝରରେ ଅବସ୍ଥାପିତ ହୋଇଥିଲେ। ଉଭୟ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଡିଉଟି ସାରି ତୁରୁମୁଙ୍ଗା ଫେରିବା ପରେ ବୁଲେଟଟିକୁ ନେଇ କନେଷ୍ଟବଳ ମହାନ୍ତ ତାଙ୍କ ଗ୍ରାମକୁ ରାତିରେ ଆସିଥିଲେ। ଆଜି ସକାଳୁ ସେ ତୁରୁମୁଙ୍ଗା ଥାନାକୁ ଯାଇ ସେଠାରୁ ବିଶ୍ବରଂଜନ ସହ କେନ୍ଦୁଝର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଗବନ୍ଧୁ କେନ୍ଦୁଝର ରବୀନ୍ଦ୍ର ବିଦ୍ୟାନିକେତନର କର୍ମଚାରୀ ଥିଲେ ବୋଲି ସୂଚନା ମିଳିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories